ସାଳନ୍ଦୀ ନଦୀରୁ ବୃଦ୍ଧଙ୍କ ମୃତ୍ୟୁଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମ ସାଳନ୍ଦୀ ପୋଲ ନିକଟରେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ସରପଞ୍ଚ ପୋଲିସକୁ ଖବର ଦେବା ପରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡ଼ିକାଲକୁ ପଠାଇଛି । ତେବେ ସୂଚନା ଅନୁଯାଇ ଗୋବିନ୍ଦପୁର ଗ୍ରାମର ସମସୁଦୀନ ସାହା ନାମକ ବୟସ (୬୧) ପିତା ହମିଦ ସାହା ଦୁଇ ଦିନ ପୂର୍ବରୁ ନିଖୋଜ ଥିଲେ ।ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ପାଇନଥିଲେ। ଆଜି ସ୍ଥାନୀୟ ଲୋକେ ପୋଲ ପାଖରେ ଭାସୁଥିବାର ଦେଖିଥିଲେ।
ରିପୋର୍ଟ- ପୁନିଲ କୁମାର ସାମନ୍ତ।