ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କାମାକ୍ଷାନଗର :୧୨-୧୦-୨୦୨୧:- ଢେ଼ଙ୍କାନାଳ ଜିଲ୍ଲା ତୁମୁସଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ଗାଁର ତଅଁଳାସାହିରେ ଯୁବକଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ସୂଚନା ଅନୁଯାୟୀ ସେହି ଗାଁର କଳ୍ପତରୁ ବେହେରାଙ୍କ ପୁଅ ହରିଆ ବେହେରା ଗତ ୭ ତାରିଖ ଠାରୁ ନିଖୋଜ ଥିଲେ। ଏ ସମ୍ପର୍କର ପରିବାର ଲୋକେ ୮ ତାରିଖରେ ନିଖୋଜ ହେବାର ତୁମୁସିଂଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ଆଜି ନିଖୋଜ ହରିଆର ମୃତ ଦେହ ଘରଠାରୁ ଅଳ୍ପ ଦୂରରେ ଥିବା ସାଗୁଆନ ବଗିଚାରେ ଗୋଟିଏ ଗଛରେ ଝୁଲୁନ୍ତା ଅବସ୍ଥାରେ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଯୁବକଙ୍କ ମୃତ୍ୟୁ ଦୁଇ ବା ତିନି ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡୁଥିବା ବେଳେ ସମ୍ପର୍କିୟଙ୍କ ଅଭିଯୋଗ ଏହାକୁ ଅଧିକ ଦୃଢୀଭୂତ କରୁଛି। ଗାଁ ର ଜୈନିକ ଯୁବକଙ୍କ ସହ ମୃତ ଯୁବକ କାମ କରୁଥିବା ବେଳେ ନିଖୋଜ ଦିନ ମଧ୍ୟ ତାଙ୍କ ସହ ବାଇକ ଯୋଗେ ଯାଇ ଆଉ ଫେରିନଥିଲେ । ତେଣୁ ପରିବାର ଲୋକେ ସିଧାସଳଖ ଉକ୍ତ ଯୁବକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ଓ କାମାକ୍ଷାନଗର ଏସ୍ ଡି ପିଓ ପହଁଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଚଳଇଛନ୍ତି। ପୋଲିସ ଶବକୁ ଜବତ କରିି ଶବ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *