ରାସ୍ତାପାର୍ଶ୍ଵ ନୟନଯୋରୀରୁ ଯୁବକର ମୃତଦେହ ଉଦ୍ଧାର

ଭଦ୍ରକ, ୧୬ା୭ – ଆଜି ଅପରାହ୍ନରେ ଭଦ୍ରକ ସାବରଙ୍ଗ ରାସ୍ତା ପାର୍ଶ୍ଵ ନୟନଯୋରୀରେ ଜଣେ ବାଇକ୍ ଚାଳକର ମୃତଦେହ ଉଦ୍ଧାର ହୋଇଛି । ପ୍ରାପ୍ତ ଖବରରୁ ବାଇକ୍ ଚାଳକ ଜଣକ ଆସୁଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପରେ କିଛି ଲୋକ ତାକୁ ଦେଖି ମାତ୍ର ଆଣ୍ଠୁଏ ପାଣିରେ ପଡିଥିବା ଯୁବକଙ୍କୁ ଉଠାଇ ସାବରଙ୍ଗ ଥାନାକୁ ଖବର ଦେଇଥିଲେ । ପୁଲିସ୍ ଯୁବକ ଜଣକୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଯୁବକ ଜଣକ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ବାଙ୍କା ମହଲା ନିବାସୀ ମିର୍ କାଳିଆ ବୋଲି ଜଣାପଡିଛି । ପୁଲିସ୍ର ପ୍ରାଥମିକ ତଦନ୍ତରେ ମିର୍ କାଳିଆ ଅତ୍ୟଧିକ ମଦ୍ୟପାନ କରି ସମ୍ଭବତଃ ଭାରସାମ୍ୟ ହରାଇ ବାଇକ୍ ସହ ରାସ୍ତା ପାର୍ଶ୍ଵ ନୟନଯୋରୀକୁ ଖସିପଡିଥିବାର ଅନୁମାନ କରାଯାଇଛି ।