ପୁସ୍ତକ ଉନ୍ମୋଚନ ସମାରୋହ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି

ଲୋକ ପ୍ରିୟ ଜନ ନେତା ପ୍ରଦୀପ ମହାରଥୀ ଙ୍କ ସ୍ମୁତି ପୁସ୍ତକ ଉନ୍ମୋଚନ ସମାରୋହ ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପୁସ୍ତକ ଉନ୍ମୋଚନ ସମାରୋହ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତ୍ୟୁନ ସବ୍ୟସାଚୀ ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବିଶିଷ୍ଟ ସାହିତ୍ୟିକ ଶିକ୍ଷାବିତ କୈଳାଶ ଚନ୍ଦ୍ର ଟିକାୟତ ରାୟ, ସମାଜସେବୀ ରମେଶ ମହାପାତ୍ର, ବ୍ରହ୍ମା କୁମାରୀ ଭଉଣୀ ଗୀତା ଭଉଣୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଦୀପ ମହାରଥୀ ଙ୍କ ଜୀବନ ଉପରେ ସମାଜସେବୀ ରମେଶ ମହାପାତ୍ର ଙ୍କ ଦ୍ଵାରା ଲିଖିତ ପୁସ୍ତକ ଦ ଫରଚୁନ ଚେଞ୍ଜର ଅଫ ଡେଲାଙ୍ଗ ପିପିଲି (THE FORTUNE CHANGER OF DELANG PIPLI) ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇ ଥିଲା । ବିଶେଷ କରି ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ଥିବା ବେଳେ ଜଣେ ଦରଦି ମଣିଷ ଥିବା ବେଳେ ନିଜ କର୍ମ ପାଇଁ ସାରା ରାଜ୍ୟରେ ପରିଚିତ ଥିଲେ ବୋଲି ଅତିଥି ମାନେ ମତପୋଷଣ କରିଥିଲେ । ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ଉଦେଶ୍ୟ ରେ ଭୁବନେଶ୍ୱର ରେ ଆୟୋଜିତ ଏହି ସମାରୋହରେ ରେ ଦିବଙ୍ଗତ ନେତା ପ୍ରଦୀପ ମହାରଥୀ ଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ଏହି ସଭାରେ ସ୍ୱଭାପତିତ୍ବ କରିଥିବା ବେଳେ ଝିଅ ପଲ୍ଲବୀ ସଭାକୁ ପରିଚାଳନା କରିଥିଲେ ।