ଜମିବାଡ଼ି ଭାଗବଣ୍ଟା କୁ ନେଇ ଭାଇ ହାଣିଲା ଭାଇ ଓ ବଡ଼ ମା କୁ

ଢେ଼ଙ୍କାନାଳ ଜିଲ୍ଲାର ଭୁବନ ଏନ୍,ଏ, ସି ରେ ପାରିବାରିକ କଳହର କରୁଣ ପରିଣତି, ଦାଦା ପୁତୁରାଙ୍କ ପନିକି ଚୋଟରେ ମାଆପୁଅ ଗୁରୁତର । ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୫ ର କୁମ୍ଭାର ସାହିରେ ।ଯାହା ପ୍ରାୟ ସବୁବେଳେ ଟିଭି ମୋବାଇଲ୍ ରେ ଦେଖିବାକୁ ମିଳୁଛି ମାଳିକା ବଚନ ପ୍ରବଚନ ରେ ସୁଣିଥିବେ ଏହି କଳିଯୁଗରେ ଭାଇ ଭାଇ ର ସମ୍ପର୍କ ଥୁ ବଳିଯିବ ଧନ ସମ୍ପତ୍ତି ର ଲୋଭ ।ତାହା ର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜିର ଏହି ଘଟଣା ରୁ।ଓ୍ବାର୍ଡ ବାସିନ୍ଦା ବ୍ରଜବନ୍ଧୁ ସାହୁ ସ୍ତ୍ରୀ ଓ ଦୁଇ ପୁଅ ବୋହୁଙ୍କୁ ନେଇ ପରିବାର । ଦୀର୍ଘ୍ୟଦିନ ହେବ ବ୍ରଜବନ୍ଧୁଙ୍କ ସାନ ଭାଇ ରମେଶଙ୍କ ସହିତ ଜମିବାଡୀ ଭାଗବଣ୍ଟା କୁ ନେଇ କଳହ ଲାଗିରହିଥିଲା । ତେବେ ଆଜି ବ୍ରଜବନ୍ଧୁ ଧାନ ବିଲକୁ ଚାଷ ପାଇଁ ଯାଇଥିବାରୁ ଘରେ ତାଙ୍କର ସାନ ପୁଅ ମାନସ ଏବଂ ସ୍ତ୍ରୀ ବିଜୁଳି ଘରେ ଥିଲେ ,ଏହି ସୁଯୋଗରେ ସାନ ଭାଇ ରମେଶ,ତାଙ୍କ ସ୍ତ୍ରୀ ଓ ପୁଅ ହାପି ମିଶି ବ୍ରଜବନ୍ଧୁଙ୍କ ପରିବାର ଉପରେ ପନିକି ଧରି ସଙ୍ଘବଧ ଆକ୍ରମଣ କରିଥିଲେ। ତେବେ ଏହି ଆକ୍ରମଣରେ ବ୍ରଜବନ୍ଧୁଙ୍କ ସ୍ତ୍ରୀ ବିଜୁଳୀ ସାହୁ ଓ ସାନ ପୁଅ ମାନସ ଗୁରୁତର ହୋଇ ତଳେ ପଡିଯାଇଥିଲେ । ମାଆପୁଅଙ୍କୁ ପନିକିରେ ହାଣୀ ଅଭିଯୁକ୍ତ ରମେଶ ସାହୁ ସ୍ତ୍ରୀ ଓ ପୁଅ ହାପି ଫେରାର ହୋଇଯାଇଥିଲେ । ତେବେ ଗୁରୁତର ମାଆପୁଅଙ୍କୁ ପଡୋଶୀ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ମାଆପୁଅଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଭୁବନ ଡାକ୍ତର । ତେବେ ଫେରାର ହେବାର ଚେଷ୍ଟା ରେ ଥିବା ଅଭିଯୁକ୍ତଙ୍କୁ ଧରି ଥାନାରେ ହାଜର କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ପ୍ରକାଶ କୁମାର ପାତ୍ର(reporter)