ବସ୍ ଓଲଟି ଜଣେ ମୃତ ୬ ଜଣ ଗୁରୁତର

ଭଦ୍ରକ ରୁ ବାସୁଦେବପୁର ଯାଉଥିବା ଏକ ଘରୋଇ ଯାତ୍ରୀ ବାହୀ ବସ୍ ସାବରଙ୍ଗ ନିକଟ ରେ ଓଲଟି ପଡିଛି ଏଥିରେ ଜଣେ ମହିଳାଙ୍କ ମୃତ୍ଯୁ ଘଟିଥିବା ବେଳେ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ମୃତ୍ଯୁ ମହିଳାଙ୍କ ଘର ବାସୁଦେବପୁର ପୁର ର ମନ୍ଦାରି ଗ୍ରାମ ର ବୋଲି ଜଣାପଡିଛି ଆହାତ ଙ୍କ ମଧ୍ଯ ରୁ ୬ଜଣ ଗୁରୁତର ଅଛନ୍ତି, ସୁଚନା ଅନୁୟାୟୀ ଗୁରୁବାର ଅପରାହ୍ନ ପ୍ରାୟ ୪ ସମୟ ରେ କ୍ରିଷ୍ଣା (ଓଡି-୨୨ବି- ୧୩୮୭) ନାମକ ଏକ ଘରୋଇ ବସ ଭଦ୍ରକ ସହର ରେ ଥିବା ବନ୍ତ ଛକ ବସଷ୍ଟାଣ୍ଡ ରୁ ବାସୁଦେବପୁର ଅଭିମୁଖେ ବାହାରି ଥିଲା ବସ୍ ରେ ଥିବା ଜଣେ ଯାତ୍ରୀ କହିବାନୁଯାୟୀ ଉକ୍ତ ବସ ରେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା ତେଣୁ ଯାତ୍ରୀ ମାନେ ବସ ରୁ ଓହ୍ଲାଇ ଯାଇଥିଲେ କଣ୍ଡକ୍ଟର ମଧ ସେମାନଙ୍କୁ ଭଡା ଟଙ୍କା ଫେରସ୍ତ କରିଦେଇଥିଲେ କିନ୍ତୁ ବସ ଠିକ ହୋଇଯିବାରୁ କଣ୍ଡକ୍ଟର ପୁନର୍ବାର ଯାତ୍ରୀ ମାନଙ୍କୁ ଡାକି ବସ ରେ ବସାଇଥିଲେ କିନ୍ତୁ ସାବରଙ୍ଗ ବଜାର ପୂର୍ବରୁ ପୁଣି ବସ ରେ ଯାନ୍ତ୍ରିକ ତୃଟି ଦେଖା ଦେବା ସହ ଡ୍ରାଇଭର ହଠାତ ଅସୁସ୍ଥ ହୋଇ ପଡିଥିଲେ, ବସ ମାଲିକ ଅନ୍ୟଜଣେ ଡ୍ରାଇଭର୍ ଙ୍କୁ ପଠାଇଥିଲେ କିନ୍ତୁ ନୂଆ ଡ୍ରାଇଭର ବସ ନିକଟରେ ପହଞ୍ଚିବା ପୂର୍ବ ରୁ ବସ୍ ଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତା ରେ ସମସ୍ତ ଯାତ୍ରୀ କୁ ଉଦ୍ଧାର କରି ଭଦ୍ରକ ମୁଖ୍ଯ ଚିକିତ୍ସାଳୟ ପଠାଇଥିଲେ ସେଠାରେ ଜଣେ ମହିଳା ଯାତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ ସମସ୍ତ ଆହତ ଙ୍କୁ ଜିଲ୍ଲା ଚିକିତ୍ସାଳୟର ଟ୍ରମା ସେଣ୍ଟର ରେ ଭର୍ତି କରାଯାଇଛି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଧର ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଟ୍ରମା କେୟାର ସେଣ୍ଟରରେ ପହଞ୍ଚି ଆହତ ଙ୍କୁ ଭେଟି ଆଶୁ ଆରୋଗ୍ଯ କାମନା କରିଛନ୍ତି ଏଥି ସହ ଡାକ୍ତର ଙ୍କ ସହ ଚିକିତ୍ସା ସମ୍ପର୍କ ରେ ଆଲୋଚନା କରିଛନ୍ତି
Report:= punil kumar samanta