ଗଛରେ ପିଟିହେଲା କାର ଅଳ୍ପକେ ବର୍ତ୍ତିଗଲେ ଚାଳକ
![](https://teerthkhetra.com/wp-content/uploads/2023/05/IMG-20230519-WA0036-1024x768.jpg)
ରାୟଗଡା ୧୯-୦୫-୨୩ ଆଜି ସନ୍ଧ୍ୟାରେ ରାୟଗଡାରୁ ଥେରୁବାଲି ଅଭିମୁଖେ ଯାଇଥିବା ଏକ କାର ଗୁନାଖାଲ ଗ୍ରାମ ନିକଟରେ କଲ୍ଭର୍ଟ ଅତିକ୍ରମ କରୁଥବା ବେଳେ ଗାଡ଼ିଟିର ଗତି ଧିର ହୋଇ ଯାଇଥିଲା । ଏହି ସମୟରେ କାର ପଛପଟୁ ଦୃତ ଗତିରେ ଆସୁଥିବା ଏକ ଭ୍ୟାନ କାରକୁ ଧକ୍କା ଦେବା ଫଳରେ କାରଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଭାଙ୍ଗି ଯାଇଛି । ମାତ୍ର ଚାଳକ ଜଣକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । କ୍ଷତିଗ୍ରସ୍ତ କାର ନମ୍ବର O D 02 CF 8118 ହୋଇଥିବା ଜଣାପଡିଛି ।