ଗାଈଗୁହାଳ ରେ ଅଗ୍ନିକାଣ୍ଡ ଘଟି ଦୁଇ ଗାଈ ମୃତ ଏବଂ ତିନି ଆହତ

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣୀଜଙ୍ଗ ପଞ୍ଚାୟତ ର ବାଲୁଙ୍କ ଗ୍ରାମର ଭରତ ବିଶ୍ଵାଳ ।ସେ ବହୁ ଦିନ ହେବ କିଛି ଗାଈ ରଖି ତାଙ୍କର ପରିବାର ଚଳେଇ ଆସୁଥିଲେ । ହେଲେ ଦଇବ ସାଜିଲା ଦାଉ ଗାଈ ଗୁହାଳ ରେ କାମ ସାରି ଶୋଇବାକୁ ଯାଇଥିଲେ ।ହେଲେ ଗୁହାଳ ରେ ରାତ୍ର ୧୨ ଟା ରୁ ଗୋଟେ ରାତ୍ର ମଧ୍ୟରେ ଅଗ୍ନିକାଣ୍ଡ ଘଟି ଦୁଇ ଜୀବନ୍ତ ଗାଇପୋଡ଼ି ମୃତୁ ବରଣ କରିବା ସହିତ ଆଉ ତିନୋଟି ଗାଈ ଅଧା ପୋଡ଼ି ଜାଇଛି ।ଖବର ପାଇ ଫାୟର ଷ୍ଟେସନ ଗାଡ଼ି ଆସି ସେଠାରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ପ୍ରାପ୍ତ ସୁଚନା ରୁ ପ୍ରକାଶ ଯେ ଭରତ ବିଶ୍ଵାଳ ଗାଈ ଗୁହାଳ ରେ ରାତ୍ରରେ ମଶା ପାଇଁ ଏକ ରସ କୁଣ୍ଡରେ ଧୂଆଁ ଦେଇଥିଲେ , ସେହି ନିଆଁ ରେ ହେଉ କିମ୍ବା କରେଣ୍ଟ ରୁ ହେଉ ନିଆ ଲାଗିଥିବା ସେ ସନ୍ଧେହ କରୁଛନ୍ତି ।ଗୁହାଳ ଘର ଟି ସମ୍ପୂର୍ଣ ପୋଡ଼ି ଯାଇଛି ।ଖବର ପାଇ ସ୍ଥାନୀୟ ସରପଞ୍ଚ ଅଜୟ ପରିଡା ଓ ଆର ଆଇ ପହଞ୍ଚି ସ୍ଥିତି ପରଖି ଥିଲେ। ପଶୁ ଡାକ୍ତର ମାନେ ପହଞ୍ଚି ଏବେ ଗାଈ ମାନଙ୍କୁ ଚିକିତ୍ସା କରୁଥିବା ବେଳେ ଭରତ ବିଶ୍ଵାଳ ଏବେ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି ।ଏପରି ଏକ ଦୁଃଖଦ ଖବର ସାରା ବାଲୁଙ୍କ ଗ୍ରାମରେ ଏବେ ଦୁଃଖର ଚାୟା ଖେଳି ଯାଇଛି ।
ନିମାପଡ଼ା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *