ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଗଣିଆ ବନାଞ୍ଚଳରୁ ଗଲା ରଥକାଠ ।

ଗଣିଆ – ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଗଣିଆ ବନାଞ୍ଚଳରୁ ଗୁରୁବାର ରଥକାଠ ପୁରୀ ରଥଖଳାକୁ ଯାଇଥିବା ଜଣାପଡିଛି । ୨୭୨ ଘନଫୁଟର ପ୍ରାୟ ୧୦ ଲଗ୍ ଫାଶିକାଠ କଟାଯାଇ ପୁରୀ ପଠାଯାଇଛି । ଗୁରୁବାର ଅପରାହ୍ନରେ ଗଣିଆ ବନବିଭାଗ କାର୍ଯ୍ୟାଳୟ ଠାରୁ ଲକ୍ଷ୍ମୀ ନୃସିଂହ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଗଣିଆ ଜଗନ୍ନାଥ ସଂସ୍କୃତି ପରିଷଦ ତରଫରୁ ଏକ ଶୋଭାଯାତ୍ରାରେ ଗଣିଆ ବଜାର ପରିକ୍ରମା କରିଥିଲେ ।

ଜଗନ୍ନାଥ ପ୍ରେମୀ ଭରତ କୁମାର ସାହୁଙ୍କ ଉଦ୍ୟମରେ ଏହି ସଂକୀର୍ତ୍ତନ ମଣ୍ଡଳୀ ରଥକାଠକୁ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସିଏଫ ଡ଼ ସତ୍ୟଜିତ କର,ଏସିଏଫ ତଥା ଗଣିଆ ରେଞ୍ଜର ସୁମନ ମାଝି, ଫରେଷ୍ଟର ମନୋଜ ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବନବିଭାଗ ପରିସରରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଏକ ଟ୍ରକ ମାଧ୍ୟମରେ ପଠାଯାଇଥିଲା । ହରିବୋଲ ହୁଳହୁଳି ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସୂଚନାଯୋଗ୍ୟ ଯେ ଗଣିଆ ବନବିଭାଗ ପ୍ରଚେଷ୍ଟାରେ ଗଣିଆ ବନାଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରୁ ଫାଶିକାଠ ଚିହ୍ନଟ କରାଯାଇ କଟାଯାଇଥିଲା ।

ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *