ଲଘୁଚାପ ବର୍ଷାରେ ସହର ଜଳାର୍ଣ୍ଣବ ଦେଖିବାକୁ ମିଳିଛି ଅଟଳ ମାର୍ଗ ଗେଲପୁର ପଞ୍ଚାୟତ ପ୍ରଚୀ ନଗର

Date:- 29/06/2025Place:- bhadrak :- ନେତା ଆସୁଛଡି ଯାଉଛନ୍ତି । ପ୍ରଶାସନିକ ଅଧିକାରୀ ନିର୍ଦ୍ଦେଶ ଜାରି କରୁଛନ୍ତି। ଦୀର୍ଘବର୍ଷ ଧରି ଭଦ୍ରକ ସହରର ଜଳାର୍ଣ୍ଣବ ପରିସ୍ଥିତି ସୁଧୁରୁ ନାହିଁ । ସବୁ ଗଳିକନ୍ଦିରେ ବର୍ଷାଜଳ ଲହଡି ଭାଙ୍ଗୁଛି । ସହରର ତଳି ଅଞ୍ଚଳରେ କାହା ଘର ଦୁଆର ମୁହଁରେ ପାଣି ତ କାହା ଘର ଭିତରକୁ ପାଣି ପଶିଗଲାଣି । ଗତ ଦୁଇଦିନର ଲଘୁଚାପ ଜନିତ ବର୍ଷା ଫଳରେ ସହରରେ ଏଭଳି ବେହାଇ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଋତୁ ପୂର୍ବରୁ ସହର ଓ ଜାତୀୟ ରାଜପଥ ପାର୍ଶ୍ଵ ସଡ଼କପଥର ଡ୍ରେନ୍‌ଗୁଡ଼ିକ ସଫା ନହେବା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି। ତେବେ ସହରର ଏହି ଜଳ ନିଷ୍କାସନ ସମସ୍ୟା ଏବେକାର ନୁହେଁ, ବହୁବର୍ଷ ଧରି ସହରବାସୀ ଏହି ସମସ୍ୟାରେ ଜର୍ଜରିତ। ଏହି ଦୁର୍ଦ୍ଦଶା ଲାଘବ ପାଇଁ ନେତା, ମନ୍ତ୍ରୀ, ପ୍ରାଶାସନିକ ଅଧିକାରୀଙ୍କର ଆଦୌ ଆନ୍ତରିକତା ନାହିଁ । ସହରର ଜଳ ନିଷ୍କାସନ ସକାଶେ ବର୍ଷାଋତୁ ପୂର୍ବରୁ ପାରମ୍ପରିକ ଢଙ୍ଗରେ ପ୍ରତିବର୍ଷ ସ୍ଥାନୀୟ ନେତା ଇଂଜିନିୟରିଂ ବିଭାଗକୁ ନେଇ ବୈଠକ କରୁଛି । ବୈଠକରେ ଉପସ୍ଥିତ ଲାଇନ୍ ଡିପାର୍ଟମେଣ୍ଟ ପୌର କର୍ତ୍ତୃପକ୍ଷଙ୍କ ଦସ୍ତଖତରେ ପ୍ରୋସିଡିଂ ସୀମିତ ରହୁଛି । ସରକାରଙ୍କୁ ରିପୋର୍ଟପ୍ରଦାନ କରାଯାଉଛି । କିନ୍ତୁ କାର୍ଯ୍ୟକାରିତା ଶୂନ। ଅପରପକ୍ଷରେ ଟାଉନ୍ ପ୍ଲାନିଂ ଅଫିସ୍‌ରେ ଦଲାଲରାଜ ଯୋଗୁଁ ବେଆଇନ୍ କୋଠାବାଡି ବେଧଡ଼କ ନିର୍ମାଣ ଚାଲିଛି।

ଡ୍ରେନ୍ ପାଇଁ ଜାଗା ନଛାଡ଼ି ଡ୍ରେନ୍ ଉପରେ ବି ବାସଗୃହ ଠାରୁ ଆରମ୍ଭକରି ବ୍ୟବସାୟିକ ପ୍ରତିଷ୍ଠାନ ଛିଡ଼ା କରାଯାଉଛି। ସହରର କେତେକ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବେଆଇନ୍ ଭାବେ ଡ୍ରେନ୍ ଉପରେ ନିର୍ମାଣ କରାଯାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବାସଗୃହ ଭଙ୍ଗାଯାଇଥିଲେ ମଧ୍ୟ ଡ୍ରେନ୍ ଗୁଡିକର ଆବଶ୍ୟକୀୟ । ମରାମତି କାର୍ଯ୍ୟ ଆଦୌ ହୋଇପାରିନାହିଁ।ଡ୍ରେନ୍‌ଗୁଡ଼ିକ ଅଳିଆ ଆବର୍ଜନାରେ ଭରପୁର ଥୁବାରୁ ଜଳ ନିଷ୍କାସିତ ହୋଇପାରୁନାହିଁ । ସହରର ଉପକଣ୍ଠ ଜାତୀୟ ରାଜପଥ ପାର୍ଶ୍ଵ ଗଉନ୍ ଠାରୁ ଆଖଣ୍ଡଳମଣି ଛକ ସର୍ଭିସ୍ ରୋଡ୍‌ରେ ଗତ କିଛିବର୍ଷ ଧରି ବର୍ଷାଜଳ ଆଣ୍ଠୁଏ ଉଚ୍ଚର ଲହଡ଼ି ଭାଙ୍ଗୁଛି। ଯାହାକି ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି। ଏହି ସଡ଼କ ପଥରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସମୟରେ ଅନୁଷ୍ଠିତ ପ୍ରାଶାସନିକ ବୈଠକରେ ଗୁରୁତ୍ବ ଦିଆଯାଉଥିଲେ ମଧ୍ୟ ନିରୂପାଳଙ୍କ ନିର୍ଦ୍ଦେଶକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଡ୍ରେନେଇ ବିଭଗ କୌଣସି ପଦକ୍ଷେପ ନ ନେଲେ ରାଜ ରାସ୍ତା କୁ ଓହ୍ଲେଇ ବେ ଗ୍ରାମ ବାସୀ।

Leave a Reply

Your email address will not be published. Required fields are marked *