ଭଦ୍ରକ ସହର ଏବେ ନର୍କ ପାଲଟିଛି

ଭଦ୍ରକ ସହର ଏବେ ନର୍କ ପାଲଟିଛି ସହର କୁ ପ୍ରବେଶ କଲେ ଯୁଆଡେ ଚାହିଁବେ କୁଢ କୁଢ ଚିଫସ, ବାଲି ମାଟି ଗଦା ବୁଲା ଗୋରୁ ଗାଈ ଙ୍କ ଅବାଧ ବିଚରଣ ଠେଲା ଗାଡି ଭିଡ ଅଳିଆ ଆବର୍ଜନା ସହରରେ ଅସ୍ବାସ୍ଥ୍ୟ କର ପରିବେଶ ସୃଷ୍ଟି କରିଛି ରାସ୍ତା ଘାଟ କଥା ନ କହିବା ଭଲ ସାମାନ୍ଯ ବର୍ଷା ରେ ଜଳମଗ୍ନ ସ୍ଥିତି ସାଙ୍ଗ କୁ ଅଘୋଷିତ ଲଗାତର ବିଦ୍ୟୁତ କାଟ୍ ସହର ବାସୀଙ୍କୁ ଅତିଷ୍ଠ କରିଦେଇଛି ୧୧ବର୍ଷ ପୂର୍ବେ ଅନୁଷ୍ଠିତ ଏକ ପ୍ରଶାସନିକ ସମୀକ୍ଷା ବୈଠକ ରେ ତତ୍କାଳୀନ ଆରଡିସି ତଥା ବର୍ତ୍ତମାନ ର କୃଷି ସଚିବ ଅରବିନ୍ଦ ପାଢୀ କହିଥିଲେ ‘ଓଡିଶାର ସବୁଠାରୁ ଡାଟି ସହର ଭଦ୍ରକ ‘ ୧୧ ବର୍ଷ ତଳର ସେହି ପରିସ୍ଥିତିରେ କୌଣସି ସୁଧାର ଆସିବା ତ ଦୂରର କଥା ଆହୁରି ଅଧିକ କଦଯ୍ୟ ପଡିରହିଛି ଅନ୍ୟ ପକ୍ଷରେ ଶପଥପାଠ ପରେ ଭଦ୍ରକ କୁ ପ୍ରଥମ ଗ୍ରସ୍ତ ରେ ଆସିଥିଲେ ବିଧାୟକ ସହର କୁ ସ୍ମାର୍ଟ ସିଟି କରିବା ପାଇଁ ସହର ବାସୀଙ୍କୁ ଦୃଢ କଣ୍ଠ ରେ ପ୍ରତିଶୃତି ଦେଇଥିଲେ ଏହା ମଧ୍ଯ ରେ ୪ ବର୍ଷ ବିତିଗଲାଣି ଆଉ ୯ମାସ ପରେ ନିର୍ବାଚନ ହେବ ବିଧାୟକ ଙ୍କ ପ୍ରତିଶୃତି ସେହି ପ୍ରତିଶୃତିରେ ରହିଗଲା ଆଜିର ଭଦ୍ରକ କୁ ଦେଖିଲେ କୌଣସି ଲୋକ ସ୍ମାର୍ଟ ସିଟି କହିବେ କି ? ବିକାଶ ନାଁ ରେ ଏବେ ସହରର ରାସ୍ତାଘାଟ, ପରିମେଳ ବ୍ୟବସ୍ଥା ଅଧିକ ବିପର୍ଯ୍ୟସ୍ତ ହୋଇ ପଡିଛି ସରକାରୀ ଓ ଘରୋଇ ନିର୍ମାଣ କାରୀ ସଂସ୍ଥା ପକ୍ଷରୁ ସହରର ବିଭିନ୍ନ ସ୍ଥାନ ରେ ନିର୍ମାଣ ସାମଗ୍ରି ଚିଫସ, ବାଲି, ମାଟି, ଆଦି ପୌରାଞ୍ଚଳ ର ସଂକୀର୍ଣ୍ଣ ରାସ୍ତାରେ ରଖିବା ଫଳରେ ସହର ବାସୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିର୍ମାଣ କରାଯାଇଥିବା ଡିଭାଇଡର ଭାଙ୍ଗି ଯାଇ ଥିବାରୁ ଟ୍ରାଫିକ ସମସ୍ୟା ଅଧିକ ଜଟିଳ ହୋଇ ପଡିଛି ଏହି ଭଙ୍ଗା ଗଳାବାଟ ଦେଇ ଯିବା ଆସିବା ହେଉଥିବାରୁ ଛୋଟ ବଡ ଦୁର୍ଘଟଣା ଘଟୁଛି ଏଥି ପ୍ରତି କାହାର ନଜର ନାହିଁ ଅପରପକ୍ଷ ରେ ସହରର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତାର ଉଭୟ ପାର୍ଶ୍ବ ରେ ଦୁଇ ଚକିଆ, ଚାରିଚକିଆ ଯାନ ରଖିବା ଫଳରେ ରାସ୍ତା ସଂକୁଚିତ ହୋଇ ଯାତାୟତ ରେ ସମସ୍ୟା ସୃଷ୍ଟି କରୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସହରର ମୁଖ୍ଯ ରାସ୍ତା ଦେଇ ନେତା, ମନ୍ତ୍ରୀ ପ୍ରଶାସନିକ ଉଚ୍ଚ କତୃପକ୍ଷ ଯିବାଆସିବା କରୁଥିବା ବେଳେ ଏହି ସବୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଅଥଚ ସମାଧାନ ର ରାସ୍ତା ବାହାର କରୁନାହାନ୍ତି ଏତ ଗଲା ସହରର ମୁଖ୍ଯ ରାସ୍ତା କଥା ପୁରୁଣାବଜାର ର ରାସ୍ତା ଅତି ଶୋଚନୀୟ ଏହାର ବାସ୍ତବ ଚିତ୍ର ନ ଦେଖିଲେ ବିଶ୍ବାସ କରିହେବନାହି ଲାହା ପଟି ଠାରୁ ପୁରୁଣାବଜାର ଛକ ରାସ୍ତା ଖାଲ ଢିପ ରେ ଭରପୂର ରାସ୍ତା ସମ୍ପ୍ରସାରଣ ପାଇଁ ଉଛେଦ କରାଯାଇଥିବା ଦୋକାନ ଘରଗୁଡିକ ର ଭଙ୍ଗା ଇଟା ସିମେଣ୍ଟ, କଂକ୍ରିଟ ରାସ୍ତାରେ ପଡିଛି ବର୍ଷା ଦିନେ ରାସ୍ତା ଗୁଡିକ ଛୋଟ ଛୋଟ ପୋଖରୀରେ ପରିଣତ ହୋଇ ଛି ଯାତାୟାତ ସାଧାରଣ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବିଶେଷତଃ ବାଇକ ଆରୋହୀ ଅଧିକ ଦୂର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ବର୍ଷା ଦିନେ ସହର ପରିମଳ ବ୍ୟବସ୍ଥା ଏବଂ ଅଳିଆ ଗଦା ଯାଗେ ଯାଗେ ପଡି ରହିଛି ,ଡ୍ରେନ୍ ଗୁଡିକୁ ସଫା କରା ନଯିବା ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି ପ୍ରତି ଓ୍ବାର୍ଡ ରେ ରାସ୍ତାର ଅବସ୍ଥା ଅତି ଜଟିଳ ଲୋକଯିବା ଆସିବା କଷ୍ଟକର କିଛି ମାସ ପୂର୍ବେ ଭଦ୍ରକ ଗ୍ରସ୍ତ ରେ ଆସି ଥିବା ୫=ଟି ସଚିବ ଙ୍କୁ ସହରର ଏ ଭଳି ଘଟଣା କୁ ଲୁଚାଇ ରଖିବା ଘଟଣା ସହରବାସୀ ଙ୍କ ମଧ୍ଯ ରେ ଚର୍ଚ୍ଚା ହୋଇଛି ଯଦି ସହରର ଏଭଳି ବିପର୍ଯ୍ୟସ୍ତ ଚିତ୍ର ଦେଖି ଥାନ୍ତେ ହୁଏତ କିଛି ପରିବର୍ତ୍ତନ ହୋଇ ପାରିଥାଆନ୍ତା ବୋଲି ସହର ବାସୀ ଆଲୋଚନା କରୁଛନ୍ତି