ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ

ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ରେ ଉତ୍ତମ ଶିକ୍ଷା ,ସ୍ୱାସ୍ଥ୍ୟ ,ଖାଦ୍ୟ,ବସ୍ତ୍ର ଓ ବାସଗୃହ ହେଉଛି ପ୍ରତ୍ୟେକ ସାଧାରଣ ନାଗରିକ ର ମୌଳିକ ଅଧିକାର । ବିଶେଷ କରି ସବୁଠୁ ଅତି ଜରୁରୀ ହେଉଛି ସ୍ୱାସ୍ଥ୍ୟ ସେବା କାରଣ ଅସ୍ୱୋଭାବିକ ଜଳବାୟୁ ପରିବର୍ତ୍ତନ ,ବିଷାକ୍ତ ପରିବେଶ ,ଅସ୍ୱାସ୍ଥ୍ୟକର ଖାଦ୍ୟ , ଅପ୍ରାକୃତିକ ଜୀବନଚର୍ଯ୍ୟା ଓ ଚାପଗ୍ରସ୍ତ ଜୀବନ ଶୈଳୀ ପାଇଁ ଆଜି ପ୍ରତ୍ୟେକ ପରିବାର ରେ ଅସୁସ୍ଥ ଶରୀର ଓ ବିଭିନ୍ନ ପ୍ରକାର ରୋଗ ରେ କେହି ନା କେହି ପୀଡ଼ିତ ହେଉଛନ୍ତି ।ଚିକିତ୍ସାଳୟ ରେ ନାହିଁ ନ ଥିବା ଭିଡ ଭିଡ଼ ଦେଖିବାକୁ ମିଳୁଛି । ସରକାର ଙ୍କ ର ବି ମାଳ ମାଳ ଯୋଜନା , ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ନୀତି , ସ୍ୱୋତନ୍ତ୍ର ସ୍ୱାସ୍ଥ୍ୟ ବଜେଟ । କିନ୍ତୁ ପ୍ରକୃତ ସ୍ୱାସ୍ଥ୍ୟ ସେବା ଲୋକ ମାନେ ପାଉଛନ୍ତି ତ ସାଧାରଣ ରେ ପ୍ରଶ୍ନ ସୃଷ୍ଟି କରିଛି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧୀନ ଚାରିଚ୍ଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଟି ହେଉଛି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଦ୍ଵିତୀୟ ସର୍ବ ବୃହତ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଉପରେ ନିର୍ଭର କରନ୍ତି ଆଖ ପାଖ ୪ ଟି ଜିଲ୍ଲା ଯଥା ପୁରୀ ,କଟକ ,ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ପ୍ରାୟ ହଜାର ହଜାର ରୋଗୀ ପ୍ରତିଦିନ ଆସିଥାନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ । କିନ୍ତୁ ଦୁଃଖ ଆଉ ପରିତାପ୍ ର ବିଷୟ ଏଠି ଚିକିତ୍ସକ ନାହାନ୍ତି ।ଜଣେ ଆୟୁଷ ଚିକିତ୍ସକ ଓ ଜଣେ ଦନ୍ତ ଚିକିତ୍ସକ ଙ୍କୁ ନେଇ ଚାଲିଛି ପୁରୀ ଜିଲ୍ଲାର ସର୍ବବୃହତ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର । ସବୁଠୁ କୌତୁହଳ ର ବିଷୟ ହେଲା ଉକ୍ତ ଦୁଇ ଜଣ ଚିକିତ୍ସକ ଯେମିତି ସବୁ ବିଭାଗ ରେ ଡିଗ୍ରୀ ହାସଲ କରିଛନ୍ତି ସେହିଭଳି ଭାବରେ ଚିକିତ୍ସା କରନ୍ତି । ଶିଶୁ ଠାରୁ ଆରମ୍ଭ କରି ମହିଳା ବୃଦ୍ଧ ବୃଦ୍ଧା ଯେ କୌଣସି ରୋଗ ହେଉ ସମସ୍ତ ଙ୍କୁ ଦେଖି ଔଷଧ ଲେଖନ୍ତି । କିଏ ଭଲ ହେଉ ବା କାହା ଜୀବନ ଚାଲି ଜାଉ ତାଙ୍କର ଖାତିର ନଥାଏ ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି ।ଯେହେତୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଉ କୌଣସି ଡ଼ାକ୍ତର ନାହାନ୍ତି ତେଣୁ ଗରିବ ନିରୀହ ଲୋକ ମାନେ ବାଧ୍ୟ ହୁଅନ୍ତି ନିଜ ନିଜ ର ରୋଗ ଦେଖାଇ ମେଡ଼ିସିନ୍ ନେବାକୁ ।ସମସ୍ତ ରୋଗୀ ଙ୍କୁ ଚିକିତ୍ସକ ଦୁଇ ଜଣ ବାହାରୁ ଔଷଧ ଲେଖନ୍ତି । ଯଦି କେହି ବି ରୋଗୀ ଅନୁରୋଧ କରନ୍ତି ନିରାମୟ ମେଡ଼ିସିନ୍ ପାଇଁ ସେମାନଙ୍କୁ ସିକ୍ୟୁରିଟି ଦ୍ଵାରା ଧମକ ଚମକ୍ ଦେଇ ମେଡିକାଲ ରୁ ବିଦା କରିଦିଅନ୍ତି ବୋଲି ଗଣ ମାଧମ ଆଗରେ ରୋଗୀଙ୍କ ସହଯୋଗୀ ଅଭିଯୋଗ କରିଛନ୍ତି । ନିରାମୟ ଔଷଧ ଲେଖିବା କୁ ସରକାର ଙ୍କ ଶକ୍ତ ନିର୍ଦ୍ଦେଶ ଥିଲେ ବି ଏମାନେ ସରକାରୀ ନିୟମ କୁ ଖାତିର କରନ୍ତିନି ,ଯଦି କେହି ବି ଆପତ୍ତି ଅଭିଯୋଗ କରନ୍ତି ଆମେ ରୀଯାଇନ ଦେଇ ଦେବୁ ଆଉ ଏଠି ରହିବୁନି ବୋଲି ଧମକ ଦିଅନ୍ତି ।ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସାତଟି ବିଶେଷଜ୍ଞ ପଦବୀ ରହିଥିବା ବେଳେ ସବୁ ଖାଲି ପଡ଼ିଛି । ତା ସହିତ ଟେକ୍ନିସିଆନ୍ ଓ ଆବଶ୍ୟକ କର୍ମଚାରୀ ବି ନାହାନ୍ତି ।ସବୁଠାରୁ ଚିନ୍ତାର ବିଷୟ ସରକାର ସରକାରୀ ସ୍ବାସ୍ଥ୍ୟ ବ୍ୟବସ୍ଥା ତଥା ସ୍ବାସ୍ଥ୍ୟ କାର୍ଡ କୁ ନେଇ ଡିମଡିମା ପିଟିଥିଲେ ବି ବାସ୍ତବ ସ୍ଥିତି କିନ୍ତୁ ଓଲଟା ।ସାଧାରଣ ଝାଡା ଜ୍ୱର୍ ହେଲେ ବାହାରୁ ମେଡ଼ିସିନ୍ ଲେଖନ୍ତି ଯଦି କେହି ବି ବାଧ୍ୟ କରେ ଆଜ୍ଞା ଆମେ ଗରିବ ଲୋକ ଆମକୁ ନିରାମୟ ରୁ ଲେଖନ୍ତୁ,ଜାଣି ଶୁଣି ଉପଯୁକ୍ତ ଔଷଧ ଜାଗାରେ ଅଳ୍ପ କିଛି ନିରାମୟ ଲେଖି ରୋଗୀକୁ ପକାଇ ରଖନ୍ତି। ଯଦିବି ରୋଗୀ ର ସମ୍ପର୍କୀୟ ପଚାରନ୍ତି ସାର୍ କାଇଁ କିଛି ଠିକ୍ ହେଲାନି ସାଥୀ ସାଥୀ ଉତ୍ତର ମିଳେ ଆମେ କହୁଥିଲୁ ବାହାରୁ ଔଷଧ କିଣ ରୋଗ ଭଲ ହେବ ତୁମେ ତ ଶୁଣିଲନି ଏବେ ଭୁବନେଶ୍ୱର ଜାଅ ସେଇଠି ଦୁଇ ଦିନ ରହିଗଲେ ବୁଝି ପାରିବ ବୋଲି ରୋଗୀଙ୍କ ସହଯୋଗୀ ଙ୍କୁ ଧମକ ଦିଅନ୍ତି ।ଉକ୍ତ ରୋଗୀ ଟି ନିରୁପାୟ ହୋଇ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯାଇ ଦୁଇଦିନ ସମୟ ନଷ୍ଟ କରି ସେଇ ନିରାମୟ ଔଷଧ ଦ୍ଵାରା ଆରୋଗ୍ୟ ଲାଭ କରି ଘରକୁ ଫେରିଥାନ୍ତି । ଆଉ ତା ମନରେ ଗୋଟେ ପ୍ରଶ୍ନ ଉଙ୍କି ମା ରେ ନିରାମୟ ଔଷଧ କଣ ଆମ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଗୋଟେ ଆଉ ଭୁବନେଶ୍ୱର ପାଇଁ ଆଉ ଗୋଟେ ।କିନ୍ତୁ ବାସ୍ତବ ସତ୍ୟ ହେଉଛି କିଛି ନିର୍ଦ୍ଦିଷ୍ଟ ଦୋକାନ ତଥା ମେଡ଼ିସିନ୍ ରିପ୍ରେଜେନ୍ତିଭ ଙ୍କ ଠାରୁ କାର୍ୟ୍ଯରତ ଡାକ୍ତର ମୋଟା ଅଙ୍କର ଉତ୍କଚ ନେଇ କେବଳ ବାହାରୁ ଔଷଧ ଲେଖି ଗରିବ ନିରୀହ ଙ୍କୁ ଶୋଷଣ ଚାଲିଥିବାର ଅଭିଯୋଗ ହେଉଛି ।ଯଦି ବି କେହି ଗଣମଧ୍ୟମ ପ୍ରତିନିଧି ଏ ବିଷୟରେ ପ୍ରଶ୍ନ କରନ୍ତି ସୁରକ୍ଷା କର୍ମୀ ତଥା ଦୁଇ ଜଣ ଯାକ ଚିକିତ୍ସକ ବାହାରକୁ ଚାଲିଆସି ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହ ସାଂମ୍ବାଦିକ ଭିଜୁଆଲ କରୁଥିବା ମୋବାଇଲ କୁ ଛଡାଇ ନେବା ସହ ଡ଼ରାଇ ବାକୁ ଚେଷ୍ଟା କରନ୍ତି । ଆଉ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଏ ବିଷୟରେ ପଚାରିଲେ ସେ ସ୍ପଷ୍ଟ ଭାଷା ରେ କୁହନ୍ତି ମୁଁ କିଛି କହିପାରିବିନି ଆପଣ ଜିଲ୍ଲା ମୁଖ୍ୟସ୍ବାସ୍ଥ୍ୟ ଅଧିକାରୀ ବା ଜିଲ୍ଲାପାଳ ଙ୍କୁ ଜଣାନ୍ତୁ ।ଯଦି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏଭଳି ଜାରି ରୁହେ କେତେଯେ ଗରିବ ନିରୀହ ଙ୍କ ଧନ ଜୀବନ ନଷ୍ଟ ହେବ ତାହା ସାଧାରଣ ରେ ସମାଲୋଚନା ହେଉଛି ।ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୂରବସ୍ଥା କି ନେଇ କିଛି ବର୍ଷ ତଳେ ଏକ ବିସ୍ପୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା ।ସାଧାରଣ ଲୋକ ପୋଲିସ ଗାଡି ବି ଜାଳି ଦେଇଥିଲେ ଯାହା ସେତେବେଳେ ଗଣମାଧ୍ୟମ ର ପ୍ରମୁଖ ଖବର ଭାବରେ ପ୍ରକାଶ ପାଇଥିଲା । ଏ ସଂମ୍ପର୍କ ରେ ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ,ପୁରୀ ଜିଲ୍ଲା ଜିଲାପାଳ ,୫ ଟି ସଚିବ ,ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।ନହେଲେ ସ୍ବାସ୍ଥ୍ୟ ସେବା କୁ ନେଇ ପୁଣି ଯେ ଅପ୍ରୀ ତିକର ପରିସ୍ଥିତି ସୃଷ୍ଟି ନ ହେବ ଏ କଥାକୁ ଏଡାଇ ହେବନି। ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ଏପରି ବେବ୍ୟହାର କୁ ସାଧାରଣ ରେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରିଛନ୍ତି ।

Leave a Reply

Your email address will not be published. Required fields are marked *