ସାତ ମାସ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପିତା

ଲକ୍ଷ୍ମୀପୁର,୩୦/୦୩- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଥାନା କେଲାର ଗାଆଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାତ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।ସ୍ଥାନିୟ ବ୍ଲକରେ ଗତ ଦୁଇ ମାସ ମଧ୍ୟରେ ଆଜିର ଏଇଭଳି ଘଟଣାକୁ ମିସାଇ ୯ଜଣଙ୍କ ଜିବନ ଚାଲି ଜାଇଥିବା ଏବେ ଚର୍ଚାର ବିସୟ ପାଲଟିଛି।ଘଟଣାରୁ ପ୍ରକାସ ଦୁଇ ବର୍ଷ ତଳେ ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା କେଲାର ଗ୍ରାମର ଅଜୟ ଖସ୍ଲା ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର୍ ଗ୍ରାମର ରାଜେନ୍ଦ୍ର ନାଏକଙ୍କ ଝିଅ ଦିୱାନି ନାଏକଙ୍କୁ ପ୍ରେମ ବିବାହ କରିଥିଲେ।ହସ ଖୁସିରେ ଦୁହିଁଙ୍କ ଜିବନ କଟୁଥିବା ବେଳେ ଗତ କାଲି ରାତିରେ ଦିଓ୍ଵାନି ବେକରେ ଦୌଡି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡିଥିଲା।କାକିରିଗୁମା ଥାନା ପୋଲିସ ଗୁରୁବାର ଦିନ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା ବେଳେ ମୃତକଙ୍କ ସ୍ବାମୀ ଘରଲୋକେ ଫେରାର ହୋଇଯାଇଥିଲେ।ପରେ ପୋଲିସ ସାଇଣ୍ଟିଫିକ୍ ଟିମର ସାହାଯ୍ୟ ଲୋଡିଥିଲା।ଆଜି ଦିନ ବାରଟା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ଲକ୍ଷ୍ମୀପୁର ଏସଡିପିଓ ଅସ୍ଵିନି ନାୟକ ପହଁଚି ତଦନ୍ତ କରିଥିବା ବେଳେ ଏଜୁକୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର୍ ମାଧବ ଭତ୍ରାଙ୍କ ଉପସ୍ଥିରେ ମୃତ ଦେହ ଉଧାର କରାଜାଇ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଜାଇଥିଲା।ଏନେଇ ମହିଳାଙ୍କ ବାପା ରାଜେନ୍ଦ୍ର ନାୟକ ଏହାକୁ ଯୌତୁକ ଜନିତ ହତ୍ୟା ବୋଲି କାକିରିଗୁମା ଥାନାରେ ଏତାଲା ଦେଇଛନ୍ତି।ଏତେଲାକୁ ଭିତ୍ତି କରି ତଦନ୍ତ ଜାରି ରଖା ଯାଇଥିବା ଥାନା ଅଧିକାରୀ ଦାମୋଦର ବିହାରି କହିଛନ୍ତି।