ରାସ୍ତାକଡ଼ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଧାର

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୁରୁଣା ବାଟାଗୁଡା ଅନ୍ତର୍ଗତ କ୍ରସର ୟୁନିଟ ନିକଟରେ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର l ବାଟାଗୁଡା ରୁ ତୁମୁଡିବନ୍ଧ 59 ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର କରାଯାଇଛି l କିଛି ଦିନତଳେ ହେବ ମୃତ ବ୍ୟକ୍ତି ଜଣକ ବାଟାଗୁଡା ଅଂଚଳ ରେ ଘୁରି ବୁଲୁଥିବା ବେଳେ ଆଜି ରାସ୍ତା କଡ଼ରେ ମୃତ ଦେହ ଦେଖିବାକୁ ମିଳିଥିଲା l ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ଓ ସମାଜସେବୀ ଅରୁଣ ନାୟକ ଘଟଣା ସମ୍ପର୍କ ରେ ବାଲିଗୁଡା ପୋଲିସ କୁ ସୂଚନା ଦେବା ପରେ ମୃତ ଦେହ କୁ ଉଦ୍ଧାର କରିଛି ବାଲିଗୁଡା ପୋଲିସ l ତେବେ ମୃତକ ଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣା ର ତଦନ୍ତ କରୁଛି ବାଲିଗୁଡା ପୋଲିସ l
Bhabni Shankar jena reporter