ହରିଣର ମୃତ ଦେହ ଉଦ୍ଧାର

ଢେଙ୍କାନାଳ ,୦୩/୦୮- ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖୁଣ୍ଟବାଟି ଗାଁରେ ଥିବା ଏକ ଖୋଲା କୂଅରୁ ହରିଣର ମୃତ ଦେହ ଉଦ୍ଧାର କରାଯାଇଛି ।ହରିଣଟି ଖୁଣ୍ଟବାଟି ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଆସି ଖୋଲା କୂଅରେ ପଡି ମୃତ୍ୟୁ ହୋଇଥିବା ସୂଚନା । ହରିଣଟିର ଆନୁମାନିକ ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଁଳାବେରେଣି ବନ କର୍ମଚାରୀ ପହଞ୍ଚି ଖୋଲା କୂଅରୁ ହରିଣଟିର ମୃତ ଦେହ ଉଦ୍ଧାର କରିଛନ୍ତି । ତେବେ ଅଞ୍ଚଳରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ଗୁଡିକ ଗାଁ ମୁହାଁ ହେଉଛନ୍ତି । ତେଣୁ ଏଥିପ୍ରତି ବନ ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର,କାମାକ୍ଷାନଗର।

Leave a Reply

Your email address will not be published. Required fields are marked *