ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଛନ୍ଦାସାହି ସାନ୍ତାରାପୁର ର ବିଲ ଗଡିଆରେ କନ୍ୟା ଶବ ଉଦ୍ଧାର

ଭଦ୍ରକ,୨୧/୦୭:- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ଛନ୍ଦାସାହି ସାନ୍ତାରାପୁର ର ବିଲ ଗଡିଆରେ କନ୍ୟା ଶବ ଉଦ୍ଧାର ହୋଇଛି ମୃତକ କନ୍ୟାଙ୍କ ନା ଶୁଭଲକ୍ଷ୍ମୀ ମଳିକ ଏବଂ ବୟସ 20 ମୃତକଙ୍କ ବାପା ବଂଶୀଧର ମଳିକ ଓ ମା ବୁଧି ମଳିକ ସୂଚନାଯୋଗ୍ୟ ଯେ କାଲି ଦିନ ୧୧ ଘଟିକା ସମୟରେ ଦୋଳସାହି ବ୍ୟାଙ୍କକୁ ଯାଇଥିଲେ ଟଙ୍କା ଉଠେଇବା ଲାଗି, ଆଉ ଘରକୁ ଫେରିଲେ ୨.୩୦ ଘଟିକା ସମୟରେ। ଫେରିଲା ପରେ ଯାହା ଟଙ୍କା ଉଠେଇଥିଲେ ତାଙ୍କ ମା ହାତରେ ଦେଲେ ଆଉ କହିଲେ ମୁ ଝାଡା ଯାଉଛି ବୋଲି ବିଲକୁ ତା ପରେ ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ତାଙ୍କ ମା ଡାକ ମାରିଲେ ସେ ଡାକର କିଛି ଉତ୍ତର ନ ମିଳିବାରୁ ତାଙ୍କ ମା ସବୁ ଆଡ଼େ ଖୋଜାଖୋଜି କଲେ ତା ବାପା ବି ଖୋଜିଲେ ସମସ୍ତେ ଗାଁ ଲୋକେ ବି ଖୋଜିଲେ ନ ପାଇବାରୁ କାଲି ରାତି 8 ଟାରେ ତିହିଡ଼ି ଥାନାରେ କନ୍ୟା ଶୁଭଲକ୍ଷ୍ମୀ ନିଖୋଜ ବୋଲି ଏଫାୟାର ଦେଲେ ପୋଲିସ ବି ତାଙ୍କର ତଦନ୍ତ ଜାରି ରଖିଲେ ତା ପରେ ଆଜି ସକାଳେ ପୁଣି ଖୋଜାଖୋଜି କଲେ ସମସ୍ତେ ଖୋଜି ଖୋଜି ଦେଖିଲେ ଯେ ଗ୍ରାମର ପଦା ପାଖରେ ଥିବା ଶ୍ରୀ ଗଣେଶ ମଳିକଙ୍କ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରି ଭାସୁଛନ୍ତି ଶୁଭଲକ୍ଷ୍ମୀ ବୋଧହୁଏ ପୋଖରୀକୁ ଗୋଡ଼ ଧୋଇବାକୁ ଯାଇ ଅସାବଧାନତା ବଶତଃ ସେ ଗଭୀର ପୋଖରୀରେ ପଡିଯାଇ ଉପରକୁ ଉଠିନପାରି ମୃତ୍ୟୁ ବରଣ କରିଛନ୍ତି ଏ କଥା ପୁଣି ତିହିଡି ଥାନାରେ ଯାଇ କହିଲେ ମୃତକଙ୍କ ବାପା ତା ପରେ ତିହିଡ଼ି ପୋଲିସ ଆସି କନ୍ୟା ଶବକୁ ପାଣିରୁ ଉଦ୍ଧାର କଲା ଉଦ୍ଧାର କଲା ପରେ କନ୍ୟା ଶବର ନାକରୁ ଫେଣ ଓ ରକ୍ତ ବାହାରୁଥିଲା ତିହିଡ଼ି ପୋଲିସ ଶବକୁ ଛାନବିନ କରି ଆମ୍ବୁଲାନ୍ସ ଦ୍ବାରା ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଲା ।

ରିପୋର୍ଟ- ପୁନିଲ କୁମାର ସାମନ୍ତ, ଭଦ୍ରକ।

Leave a Reply

Your email address will not be published. Required fields are marked *