ଚନ୍ଦ୍ରଭାଗା ସମୁଦ୍ରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ହତ୍ୟା କରି ସମୁଦ୍ରରେ ଭସାଇ ଦେଇଥିବା ସନ୍ଦେହ।

କୋଣାର୍କ ,୦୮.୦୮.୨୦୨୨ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ସମୁଦ୍ରରୁ ସୋମବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଚନ୍ଦ୍ରଭାଗା ମେରାଇନ ଥାନା ୧୦୦ ମିଟର ଦୂରରେ କର୍ମଚାରୀ ସମୁଦ୍ର କୂଳରେ ଜଗା ରଖା କରୁଥିବା ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ। ପୋଲିସ କର୍ମଚାରୀ ତୁରଂତ ତାଙ୍କୁ ସମୁଦ୍ର ପାଣି ଭିତରୁ ଭିଡ଼ି ଆଣି ଥିଲେ। କିନ୍ତୁ ପୂର୍ବରୁ ଯୁବକଙ୍କ ମୃତ ହୋଇଥିବା ଜଣାପଡିଥିଲା। ଆଖି ପତାରେ ସାମାନ୍ୟ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ହତ୍ୟା କରଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି। କେହି ହତ୍ୟା କରି ସମୁଦ୍ରରେ ଭସାଇ ପଳାଇଥିବା ସନ୍ଦେହ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଫୋଟୋ ଭାଇରଲ ହେବା ପରେ ଯୁବକଙ୍କ ପରିଚୟ ମିଳିଛି। ଯୁବକଙ୍କ ବୟସ ୩୮ ବର୍ଷ । ତାଙ୍କ ଘର କୋଣାର୍କ ଥାନା ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତ ମୁର୍କୁଣ୍ଡି ଗ୍ରାମ ବୋଲି ଜଣା ପଡିଛି। ମୃତ ବ୍ୟକ୍ତି ଜଣକ ଚକ୍ରଧର ବାରିକଙ୍କ ପୁଅ ମନୀନ୍ଦ୍ର ବାରିକ ବୋଲି ଜଣା ପଡିଛି। ସେ ଗାଁ ରେ ଏକ ଛୋଟ ଦୋକାନ କରି ପରିବାର ପୋଷଣ କରୁଥିଲେ। ତାଙ୍କର ସ୍ତ୍ରୀ ଓ ଦୁଇଟି ଛୋଟ ଝିଅ ଥିବା ସୂଚନା ମିଳିଛି। ସକାଳ ୯ଟାରେ ବାଇକି ଦ୍ବାରା କୋଣାର୍କକୁ ଦୋକାନ ସଉଦା କିଣିବାକୁ ଆସି ଫେରିନଥିବା ଘରଲୋକେ କହିଛନ୍ତି। ମଧ୍ୟାହ୍ନ ୧୨ଟାରେ ସମୁଦ୍ର କୂଳରେ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଗାଡି ମିଳିନାହିଁ। ଏଣୁ କେହି ହତ୍ୟା କରିଥିବା ସମ୍ପର୍କୀୟ ମାନେ ସନ୍ଦେହ ପ୍ରକାଶ କରିବା ସହ ଅଭିଯୋଗ କରିଛନ୍ତି। ଚନ୍ଦ୍ରଭଗା ପୋଲିସ ୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଏନେଇ କୋଣାର୍କ ଓ ତାଙ୍କ ଆଖପାଖ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *