ସିଦ୍ଧସାଧକ ଅତିବଡି ଜଗନ୍ନାଥ ଦାସଙ୍କ ମହାପ୍ରାୟଣ ଓ ତରୁଣ କବି ଦାମୋଦର ପରିଡ଼ାଙ୍କ ଜନ୍ମବାର୍ଷିକ ଉତ୍ସବ

ସିଦ୍ଧସାଧକ ଅତିବଡି ଜଗନ୍ନାଥ ଦାସଙ୍କ ମହାପ୍ରାୟଣ ଓ ତରୁଣ କବି ଦାମୋଦର ପରିଡ଼ାଙ୍କ ଜନ୍ମବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଭୀମେଶ୍ଵର ଠାକୁରଙ୍କ ମନ୍ଦିର ପରିସରରେ ପ୍ରିୟପତ୍ର ର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଅନେକ ଦିନର ପ୍ରତୀକ୍ଷା ପରେ ବର୍ଷୀୟାନ ସମାଜ ସେବୀ ଶ୍ରୀ ସୁରେନ୍ଦ୍ର ନାଥ ଜେନାଙ୍କ ରଚିତ କବିତା ସଙ୍କଳନ “ଶୁଣ ଏ ଯୁଗର ନେତା ଶୁଣ’ ପୁସ୍ତକଟି ଉନ୍ନୋଚିତ ହୋଇଥିଲା । ଏହି ସଭାରେ ଚାରିଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଡ କୈଳାସ ଚ଼ନ୍ଦ୍ର ଟିକାୟତରାୟ, ଶ୍ରୀ ପ୍ରମୋଦ କୁମାର ଆଚାର୍ଯ୍ୟ, ସୁରେନ୍ଦ୍ର ଜେନା, ଦାମୋଦର ପରିଡ଼ା, କାର୍ତ୍ତିକ ବେହେରା, ଭଜନତୀର୍ଥ ଭାଗିରଥୀ ଦଳେଇ, ରବିନ୍ଦ୍ର ବାରିକ, ବିହାରୀବନ୍ଧୁ ପଲେଇ, ଦିଗାମ୍ବର ବେହେରା, ଅମର ବେହେରା ପ୍ରଫୁଲ୍ଲ ଜେନା, ସୁଶାନ୍ତ ଜେନାଙ୍କ ସହିତ ଅନେକ ସୁବକ୍ତା ଅତିବଡ଼ି ଓ ତରୁଣ କବିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଚାରିଜଣ ଛାତ୍ରୀ ଭାଗବତ ପାଠ କରିଥିଲେ । ରବିନ୍ଦ୍ର କୁମାର ପ୍ରଧାନ ଓ ପ୍ରଶାନ୍ତ କୁମାର ତ୍ରିପାଠୀ ସଭା ପରିଚାଳନା କରିଥିଲେ । ମାଆ ମାନଙ୍କର ନାମ କିଭିନ ସଭାର ଗାରିମା ବୃଦ୍ଧି କରିଥିଲା । ଅଶୋକ ପରିଡାଙ୍କ ତତ୍ବାବଧାନରେ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇ ଥିଲା , ଶେଷରେ ପ୍ରସାଦ ପାଇ ସମସ୍ତେ ଖୁସି ହୋଇଥିଲେ ।

Leave a Reply

Your email address will not be published. Required fields are marked *