ଏନସିପିର ନୂଆ ଅଧ୍ୟକ୍ଷ ଉପରେ ଆଜି ହେବ ନିଷ୍ପତ୍ତି

ମୁମ୍ବାଇ,୫।୫: ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିର ଦୁଇ ଦିନ ପରେ ଦଳର କର୍ମୀମାନେ ତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ ଜାରି ରଖିଛନ୍ତି। ଏହି ସମୟରେ ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ସେନେଇ ଶୁକ୍ରବାର ଏନସିପିର ୧୬ ଜଣିଆ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ କାର୍ଯ୍ୟକର୍ତ୍ତାଙ୍କ ଦାବିକୁ ନେଇ ପାୱାର ତାଙ୍କ ଇସ୍ତଫା ଉପରେ ପୁର୍ନବିଚାର କରିବେ।

ଗୁରୁବାର ଜୟନ୍ତ ପାଟିଲ ଏବଂ ଅନ୍ୟାନ୍ୟ ଏନସିପି ନେତା ପାୱାରଙ୍କୁ ଭେଟି ଆସନ୍ତା ବର୍ଷ ଗୁରୁତ୍ୱପୂର୍ଣ୍ଣ ଲୋକ ସଭା ତଥା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେବାକୁ ଅନୁରୋଧ କରିଥିଲେ। ତେବେ ପାୱାର ତାଙ୍କ ନିଷ୍ପତ୍ତି ଉପରେ ଅଟଳ ।

Leave a Reply

Your email address will not be published. Required fields are marked *