ହବିଷ୍ୟାଳୀ କେନ୍ଦ୍ରରେ ମା ମାନଙ୍କ ସହ କଥା ହେଲେ ଜିଲ୍ଲାପାଳ

ହବିଷ୍ୟାଳୀ କେନ୍ଦ୍ରରେ ମା ମାନଙ୍କ ସହ କଥା ହେଲେ ଜିଲ୍ଲାପାଳ।ପୁରୀ ୨/୧୧ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିବା ସହ ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ। ବୃନ୍ଦାବତୀ ନିବାସ ରେ ପହଞ୍ଚି ଶ୍ରୀ ବର୍ମା ମା ମାନେ ରହୁଥିବା କୋଠରୀ ଗୁଡିକ ଓ ଶୌଚାଳୟ ବୁଲି ଦେଖି ଥିଲେ। ପରେ ମା ମାନଙ୍କ ର ସୁବିଧା ଅସୁବିଧା ଓ ଆବଶ୍ୟକତା ପଚାରି ବୁଝି ଥିଲେ। ସମସ୍ତ ମା ମାନେ ସରକାର ଓ ପ୍ରଶାସନ କରିଥିବା ବ୍ୟବସ୍ଥା ରେ ଅତି ଖୁସି ବୋଲି କହିଥିଲେ। ସକାଳୁ ସ୍ନାନ ଠାରୁ ଆରମ୍ଭ କରି ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କିର୍ତ୍ତନ, ପ୍ରବଚନ ଶ୍ରବଣ ଇତ୍ୟାଦି ଖୁବ ସୁନ୍ଦର ଓ ଶୃଙ୍ଖଳିତ ଭାବେ କରାଯାଉଛି ବୋଲି ମା ମାନେ କହିଥିଲେ।ସେହିପରି ସମସ୍ତ ଅଧିକାରୀ, କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କ ର ସେବା ଉଚ୍ଚ କୋଟୀର ବୋଲି ମା ମାନେ କହିଥିଲେ ।ଜିଲ୍ଲାପାଳ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ବୁଲି ଦେଖିଥିଲେ।ସ୍ୱଛାସେବୀ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିବା ସହ ଫଟୋ ଉଠାଇଥିଲେ।ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଡେପୁଟି କଲେକ୍ଟର ରାକେଶ ପଣ୍ଡା,ସୁଶାନ୍ତ କୁମାର ପଟ୍ଟନାୟକ, ଆରଟିଓ ରବିନ ପଟ୍ଟନାୟକ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *