*ନୟାଗଡ଼ରେ ବାମପନ୍ଥୀଙ୍କ ଓଡିଶା ବନ୍ଦକୁ ଜିଲ୍ଲା କଂଗ୍ରେସର ସମର୍ଥନ:କେବଳ ମୁଖ୍ୟ ଛକରେ ୫୭ ନଂ ଜାତୀୟ ରାଜପଥ ଅବରୋଧ*

ନୟାଗଡ଼:୧୫/୭-କେନ୍ଦ୍ର ସରକାରଙ୍କ ଅହେତୁକ ତୈଳ ଦର ବୃଦ୍ଧି, ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମଗ୍ର ଓଡିଶାକୁ ବାମପନ୍ଥୀ ଦଳ ମାନେ ଆଜି ସକାଳ ୬ ଘଣ୍ଟାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିଲେ ।ସେହି ପରିପ୍ରେକ୍ଷୀରେ ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକରେ ନୟାଗଡ଼ ବାମପନ୍ଥୀ ଦକ ପକ୍ଷରୁ ନୟାଗଡ଼ ଦେଇ ଫୁଲବାଣୀ-ଭୁବନେଶ୍ୱର କୁ ସଂଯୋଗ କରୁଥିବା ୫୭ ନଂ ଜାତୀୟ ରାଜପଥକୁ ଅବରୋଧ କରି ରଖିଥିଲେ ।ଫଳରେ ଉଭୟ ପାର୍ଶ୍ଵରେ ବହୁ ଭାରି ଜାନ ଅଟକି ରହି ଦିନ ୧୨ ଘଣ୍ଟା ପରେ ଯାତାୟାତ କରିଥିଲେ ।ସହର ମଧ୍ୟରେ ଥିବା ସମସ୍ତ ଦୋକାନ ବଜାର ପ୍ରାୟ ଖୋଲା ରହିଥିବା ଦେଖା ମିଳିଥିଲା ।ଆନ୍ଦୋଳନ କାରୀମାନେ ମୁଖ୍ୟ ଛକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମାରଣ ନୀତିରେ ସମାଲୋଚନା କରିବା ସହ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ ।ଏପରିକି ଯଦି କେନ୍ଦ୍ର ସରକାର ତୁରନ୍ତ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ ନକରନ୍ତି ତେବେ ଦେଶରେ ଯେଉଁ ଭୟଙ୍କର ପରିସ୍ଥିତି ଉପୁଜିବ ସେଥିପାଇଁ କେନ୍ଦ୍ର ସରକାର ହିଁ ଦାୟୀ ରହିବେ ବୋଲି ଆନ୍ଦୋଳନ ସ୍ଥଳୀରେ ଆନ୍ଦୋଳନକାରି ମାନେ କଡା ଚେତାବନୀ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ ।ଏପରିକି ଆଜିର ବାମପନ୍ଥୀ ମାନଙ୍କର ଏହି ବନ୍ଦ ଡାକରାକୁ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମର୍ଥନ ଜଣାଯାଇଥିଲା ।ଧାରଣା ସ୍ଥଳୀରେ ଜିଲ୍ଲା କଂଗ୍ରେସ କମିଟିର କେବଳ ସଭାପତି ବସି ରହିଥିବା ଦେଖା ଯାଇଥିଲା ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ବିଶ୍ଵନାଥ ମହାପାତ୍ର,ପବିତ୍ର ଇନ୍ଦର୍ଜିତ, ଆଇନଜୀବୀ ଅମୀୟ ପଟ୍ଟନାୟକଙ୍କ ସମେତ ବହୁ ବାମପନ୍ଥୀ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଉଥିବା ଦେଖା ଯାଇଥିଲା ।

Leave a Reply

Your email address will not be published. Required fields are marked *