ସହର ସନ୍ନିକଟ ଅଞ୍ଚଳକୁ ସାମିଲ କରି ପୂର୍ଣ୍ଣାଙ୍ଗ ବ୍ରହ୍ମପୁର ଗଠନ ନେଇ ଡବଲ ଇଞ୍ଜିନ ସରକାର ନୀରବ ଓ ଉଦାସୀନ

ସହର ତଳି କ୍ରିୟାନୁଷ୍ଠାନ କମିଟି ।ବ୍ରହ୍ମପୁର ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନର କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ଏକ ସ୍ବତନ୍ତ୍ର ବୈଠକ ସହର ସନ୍ନିକଟ ପଞ୍ଚାୟତ ଜଗଦଳପୁର ଗ୍ରାମର ନେତାଜୀ ନଗର ସ୍ଥିତ ଠାକୁରାଣୀ ମନ୍ଦିରରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସହର ସନ୍ନିକଟ ଅଞ୍ଚଳକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ବ୍ରହ୍ମପୁର ମହାନଗର ନିଗମକୁ ସର୍ବନିମ୍ନ ୩୦୦ ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଏକ ପୂର୍ଣ୍ଣାଙ୍ଗ ମହାନଗର ନିଗମରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପ୍ରତିଷ୍ଠିତ ଡବଲ ଇଞ୍ଜିନ ସରକାର ପୂର୍ବ ସରକାର ଭଳି ଟାଳଟୁଳ ନୀତି ଓ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ କମିଟି ବୈଠକରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ନୂତନ ସରକାର ଗଠନ ହୋଇ ଛମାସ ପୁରିବାକୁ ବସିଥିଲା ବେଳେ ସହର ତଳି ଅଞ୍ଚଳ ସାମିଲ ନେଇ ସକରାତ୍ମକ ଆଭିମୁଖ୍ୟ ଦେଖେଇ ତତ୍ପରାତର ସହ ପଦକ୍ଷେପ ନେବା ପରିବର୍ତ୍ତେ ରାଜ୍ୟ ସରକାର, ନଗର ଉନ୍ନୟନ ବିଭାଗ, ସ୍ଥାନୀୟ ମନ୍ତ୍ରୀ, ବିଧାୟକ ଓ ଜନ ପ୍ରତିନିଧି ନୀରବ ରହୁଥିବାରୁ ଓ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଓ ତଥ୍ୟ ପ୍ରଦାନ କରୁନଥିବାରୁ କମିଟି କ୍ଷୋଭ ପ୍ରକାଶ କରିଛି। କମିଟି ଦ୍ଵାରା ହାଇ କୋର୍ଟରେ ଦାୟର ମାମଲାରେ ହୋଇଥିବା ନୋଟିସର ଜବାବରେ ରାଜ୍ୟ ସରକାର କୋର୍ଟରେ ୩୯ ପୃଷ୍ଠାର ଏକ କାଉଣ୍ଟର ଦାଖଲ କରିଛନ୍ତି। କମିଟି ଏହାର ପ୍ରତି ଜବାବ ଦାଖଲ କରିବା ପରେ ଏହାର ଶୁଣାଣି ହେବ ବୋଲି ସଭାପତି ସୂଚନା ଦେଇଥିଲେ। ବ୍ରହ୍ମପୁରରେ ସଫ୍ଟ ଭିତ୍ତିଭୂମି ଓ ହାର୍ଡ ଭିତ୍ତିଭୂମି ନିର୍ମାଣ ଓ ବିକାଶ କରି ଏହାକୁ ଏକ ଅର୍ଥପୂର୍ଣ୍ଣ ଓ ତାପ୍ତର୍ଯ୍ୟପୂର୍ଣ ଏବଂ ସ୍ୱୟଂସମ୍ପୂର୍ଣ୍ଣ ସହରରେ ପରିଣତ କରିବା ପର୍ଯ୍ୟନ୍ତ କମିଟି ଲଢେଇ ଜାରି ରଖିବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଆଜିର ବୈଠକର ଉଲ୍ଲେଖନୀୟ ବିଷୟ ହେଲା ବୈଠକରେ ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ଅଥିତି ଭାବେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ କରିବା ସହ ଘୋଷଣା କରିଥିଲେ ଯେ ଆଗାମୀ ପଞ୍ଚାୟତ ବୈଠକରେ ବିଏମସିରେ ସାମିଲ ନେଇ ଆଲୋଚନା କରାଯିବା ସହ ଏ ସଂକ୍ରାନ୍ତରେ ରେଜୋଲୁସନ ପାସ କରିବା ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହିଭଳି ଆଜିର ବୈଠକରେ ଜୟ ଶ୍ରୀରାମ ସମାଜ ସେବା ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ଗଗନ ପାତ୍ର, ଜିତୁ ପାତ୍ର ଓ ବୁଲୁ ଗୌଡ ପ୍ରମୁଖ ଯୋଗ ଦେଇ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ୱାର୍ଡ ମେମ୍ବର ନାରାୟଣ ପ୍ରଧାନଙ୍କ ସହ କମିଟି ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସହ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ସହ ସଂଯୋଜକ କାହ୍ନୁ ଚରଣ ପତି,କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ସୁନିଲ ପାତ୍ର ଓ ଉପଦେଷ୍ଟା ସୁବାଷ ଚନ୍ଦ୍ର ପାତ୍ର, ବିଜୟ କୁମାର ବେହେରା, ଲକ୍ଷ୍ମୀ କାନ୍ତ ଜେନା , ଲୋକନାଥ ପରିଡ଼ା,ପ୍ରଭାତ କୁମାର ବେହେରା, ସିମାଞ୍ଚଳ ପଟ୍ଟନାୟକ, ଆଦିତ୍ୟ ନାରାୟଣ ରଥ, ଡି ଦୀପକ କୁମାର ଦୋରା, ସନ୍ତୋଷ କୁମାର ସାହୁ, କାହ୍ନା ଚୌଧୁରୀ, ଭି ନାର୍ଶୀଙ୍ଗୁଲୁ ପାତ୍ର, ସିତାର କାନ୍ତ ବେହେରା , ୟୁ ବିମଳ ପାତ୍ର, ଏମ୍ ତ୍ରିପର୍ତି ପାତ୍ର, ସଞ୍ଜୟ କୁମାର ଦୋରା, ନାରାୟଣ ପ୍ରଧାନ, ରଞ୍ଜିତ ପାତ୍ର ଓ କେ ଅଜିତ କୁମାର, ଦେବୀ ପ୍ରସାଦ ଦାସ ଓ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *