ସ୍ବପ୍ନ ହେଲା ଚୂର୍ମାର।

ଭଦ୍ରକ:-୫/୮ :- ଜିଲ୍ଲା ବିଜେଡ଼ିରେ ହେଲା ନବ କଳେବର । ଜିଲ୍ଲା ପାଇଁ ନୂତନ କମିଟି ଘୋଷଣା କଲେ ଦଳର ସୁପ୍ରିମ । ପୁଣି ଜିଲ୍ଲା ସଭାପତି ଭାବେ ଜଗନ୍ନାଥ ସ୍ୱାଇଁ ମନୋନୀତ ହେଲେ । ଏହା ଆକସ୍ମିକ ନା ଯୋଜନାବଦ୍ଧ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଜଗନ୍ନାଥଙ୍କ କୃପାରୁ ଏବେ ପୁଣି ଶ୍ରୀ ସ୍ଵାଇଁ ଦଳରେ କେବଳ ରବର ଷ୍ଟାମ୍ପ ଭାବେ କାର୍ଯ୍ୟ କରିବେ। ଦଳର ବିପଦ ସମୟରେ ସଂକଟମୋଚନ ଭାବରେ ଛିଡା ହୋଇ ଅନ୍ୟ ନେତାଙ୍କୁ ବିଧାୟକ ,ସାଂସଦ କରାଇବାରେ ତାଙ୍କର ଭୂମିକା ଥିବାବେଳେ ତାଙ୍କ ରାଜନୀତି ଜୀବନରେ ବିଧାୟକ ହେବାର ସ୍ଵପ୍ନ ଏବେ ଫସର ଫାଟିଛି। ପୂର୍ବରୁ ଜଣେ ଶୃଙ୍ଖଳିତ କର୍ମୀ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆଉ ତାପରେ ବିଧାୟକ ପ୍ରାର୍ଥୀ ଭାବରେ କେବଳ ଚର୍ଚ୍ଚାରେ ଥିବା ନେତା ଏବେ ଉପାୟଶୂନ୍ୟ । କେବଳ ଦଳୀୟ ସଂଗଠନ ଦାୟିତ୍ବରେ ରହି ରାଜନୈତିକ ଜୀବନରେ ସଂଘର୍ଷ କରୁଥିବା ଭଦ୍ରକର ଜଗନ୍ନାଥ ଏବେ ପୁଣି ଅଲୋଡ଼ା ହୋଇ ଭକ୍ତଙ୍କ ସେବା ରହିବେ କି ବୋଲି ଦଳର କିଛି ନେତା ଆଲୋଚନା କଲେଣି। ଆଗକୁ ଜଣା ପଡିବ ତାଙ୍କର ରାଜନୈତିକ କ୍ୟାରିୟର କେଉଁ ଦିଗକୁ ଗତ୍ତି କରୁଛି। ଏଠି ଲବୀ ଏବଂ ବବିଙ୍କ ଖେଳରେ ନିଜର ବିଧାୟକ ହେବାର ସ୍ଵପ୍ନ ସାକାର କରିବେ ନା ବିଜେଡି ଦଳର ବ୍ରାଣ୍ଡ ସଭାପତି ଭାବରେ କାର୍ଯ୍ୟ ଚାଲୁ ରଖିବେ ଏହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ।

ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।

Leave a Reply

Your email address will not be published. Required fields are marked *