ବଞ୍ଚିବା ପାଇଁ ସାହାରା ଖୋଜୁଛି ପରିବାର

ଖୁସିର ସଂସାରରେ ମାଡ଼ି ଆସିଲା ଅଦିନିଆ ଝଡ଼ ହଁ ଆଜ୍ଞା ଏପରି ଏକ ପରିବାର ବିଷୟରେ ଆଜି ଆମେ ଆଲୋଚନା କରିବୁ ଯେଉଁଠି ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ।ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଧରମପୁର ଗ୍ରାମର ଅନିଲ ସାହୁ ଙ୍କ ପରିବାର ଉପରକୁ ମାଡିଆସିଲା କଳାର ବାଦଲ l ପରିବାର କହିଲେ ଅନିଲ ଙ୍କ ର ବାପା ମା ଦୁଇ ପୁଅ ଏବଂ ସ୍ତ୍ରୀ, l ଅନିଲ ରୋଜଗାର କହିଲେ ଗୋଟିଏ ଚା ଦୋକାନ ଟିଏ ସେଥିରୁ ଯାହା ରୋଜଗାର ହୁଏ ଚଳେ ସଂସାର, କିନ୍ତୁ ଦଇବ ର ଏ କି ଦଣ୍ଡ ଯେ ଅନିଲ ଙ୍କ ପୁଅ ଦୁଇ ବର୍ଷର ହେଲେ ଏହି ଛୋଟ ବୟସରେ ହାର୍ଟ ଓପରେଶନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଜୀବନ ବଞ୍ଚେଇଛନ୍ତି l ପୁଣି ଅନିଲ ଙ୍କ ବାପା କିଡିନି ରୋଗରେ ଚିକିତ୍ସା ହେଉଛନ୍ତି, ଠିକ୍ ଏପରି ସମୟ ରେ ତାଙ୍କ ମୁଣ୍ଡ ଉପରେ ପଡ଼ିଲା ଅକାଳ ଚଡ଼କ ଯାହାକି ସୁନାର ସଂସାର କୁ ଉଜାଡ଼ିଦେଲl l ଯାହାକି ସ୍ତ୍ରୀ ଙ୍କ ମୁଣ୍ଡ ରେ ସମସ୍ୟା ଦେଖା ଦେବାରୁ ତାଙ୍କୁ ନେଇଥିଲେ ଚିକିତ୍ସା ପାଇଁ ହେଲେ ଜଣା ପଡିଲା ବ୍ରେନ୍ ଭିତରେ ବଢ଼ି ଚାଲିଛି ଟ୍ୟୁମର ଯାହା କ୍ୟାନସର କୁ ବି ଯାଇପାରେ, ଧାର କରଜ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡ ରେ ଏବେ ଓପରେଶନ ସିନା ହେଇଗଲେ ହେଲେ ଡାକ୍ତର ଙ୍କ କହିବା ଅନୁସାରେ ୪ ବର୍ଷ ପର୍ଯ୍ୟନ୍ତ ହେବ ତାଙ୍କର ଚିକିତ୍ସା, ଗୋଟିଏ ଚା ଦୋକନ ରୁ କେତେ ରୋଜଗାର କରି ଘର ଚଳେଇବେ ନା ସ୍ତ୍ରୀ ଙ୍କ ଚିକିତ୍ସା କରାଇବେ ତାହା ଅନିଲଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ତେଣୁ ସେ ଆମ ଚାନେଲ ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି, ଯଦି ସମସ୍ତେ କିଛି କିଛି ଟଙ୍କା ସାହାଯ୍ୟ କରିବେ ତେବେ ତାଙ୍କ ସ୍ତ୍ରୀ ଭଲ ହେଇପାରିବା ସହ ତାଙ୍କ ଛୁଆ ଦୁଇଟି ଙ୍କ ମୁହଁ ରେ ପୁଣି ହସ ଫୁଟି ପାରନ୍ତା। ଅନିଲ ଙ୍କ ପରିବାର କୁ ସାହଯ୍ୟ କରିବା ପାଇଁ ଦିଆ ଯାଇଥିବା ବ୍ୟାଙ୍କ -ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍,ତାଳଚେର ଶାଖା ଆକାଉଣ୍ଟ ନମ୍ୱର୍ -152201000004198IFSC code ହେଲା -IOBA0001522 *ଫୋନ୍ ପେ* ମାଧ୍ୟମରେ ସାହଯ୍ୟ କରିବାକୁ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ – PHONE PAY – 8337971794

Uttam das reporter

Leave a Reply

Your email address will not be published. Required fields are marked *