ଓଡ଼ିଶାକୁ ଆଲୋକିତ କରୁଥିବା ଆଇଟିଆଇଟେକ୍ନିସିଆନ୍ଙ୍କ ଭାଗ୍ୟ ଅନ୍ଧାରରେ

ଭୁବନେଶ୍ବର : ଦୀର୍ଘ ବର୍ଷର ଅପେକ୍ଷା ଓ ବିଦ୍ୟୁତ୍ ବିଭାଗର ବିଭାଗୀୟ ମୁଖ୍ୟଙ୍କ ଆଇଟିଆଇ ଟ୍ରେନିଂ ପ୍ରାପ୍ତ
କୁଶଳୀ ବିଦ୍ୟୁତ୍ ଶ୍ରମିକ କର୍ମଚାରୀମାନଙ୍କ ମୌଳିକ ଦାବି ପ୍ରତି ଅଣଦେଖା ମନୋଭାବ ଆଜି ସାରା ଓଡ଼ିଶାର
ବିଦ୍ୟୁତ୍ ଉତ୍ପାଦନ, ପ୍ରସାରଣ ଓ ବଣ୍ଟନ ବିଭାଗରେ କାର୍ଯ୍ୟରତ ସମସ୍ତ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ସମସ୍ତ
ସଂଘଟନ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ସମସ୍ତ ସଦସ୍ୟମାନଙ୍କ ଏକାଠି ହୋଇ ଲଢ଼ିବାକୁ ବାଧ୍ୟ
କରିଛି । ସମସ୍ତ ଯୁବ, ଶ୍ରମିକ ସାଥୀଙ୍କ ପାଇଁ ଦୀର୍ଘ ଦିନରୁ ଉପେକ୍ଷିତ ଦାବି ଯଥା ଆଇଟିଆଇ ଟ୍ରେନିଂ ପ୍ରାପ୍ତ
କୁଶଳୀ ବିଦ୍ୟୁତ୍ ଶ୍ରମିକ କର୍ମଚାରୀମାନଙ୍କ ମୂଳ ଦରମା ଓ କିରାଣୀ ବର୍ଗର କର୍ମଚାରୀଙ୍କ ମୂଳଦରମାକୁ ସମାନ
କରିବା ସହ ଆମ ରାଜ୍ୟର ସମାନ ବର୍ଗର ରାଜ୍ୟ ସରକାରୀ କର୍ମଚାରୀଙ୍କ ମୂଳଦରମା ଓ ଆମ ଶ୍ରମିକ କର୍ମଚାରୀଙ୍କ
ମୂଳ ଦରମାକୁ ସମାନ କରିବା ପାଇଁ (ମୂଳ ଦରମାରୁ ୩୩୩୦ ଗ୍ରେଡ୍କୁ ଉଚ୍ଛେଦ) ଆରମ୍ଭ ହୋଇଥିବା
ଲଢେଇ ର ପ୍ରତିବାଦ ସ୍ୱରୂପ ଆଜି ପ୍ରଥମ ଦିନ ତା ୦୯.୦୫.୨୦୨୩ରିଖ ଠାରୁ କଳାବ୍ୟାଚ୍ ପରିଧାନ କରି
ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ । ଓପିଟିସିଏଲ୍ ଓ ଟାଟା ପାଓ୍ବାର ଦ୍ବାରା ପରିଚାଳିତ ଚାରୋଟି ବିଦ୍ୟୁତ୍ ବଣ୍ଟନ
ବିଭାଗରେ ବିଭିନ୍ନ କାର୍ଯ୍ୟାଳୟ । ପାୱେର ଷ୍ଟେସନ ଯଥା ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ର, ଅପର କୋଲାବ
ଜଳ ବିଦ୍ୟୁତ୍ କେନ୍ଦ୍ର । ବିଭିନ୍ନ ଗ୍ରୀଡ୍ ସବ୍ ଷ୍ଟେସନ୍ ଓ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଥିଲା ।
ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହିପରି ସାରା ଓଡ଼ିଶାର ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ପ୍ରତିବାଦ
୧୫.୫. ୨୦୨୩ରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଚାଲିବ ତା ୧୬.୦୫. ୨୦୨୩ରିଖ ଠାରୁ ଆନ୍ଦୋଳନର ଦ୍ବିତୀୟ
ସୋପାନ ସ୍ଵରୂପ ଓପିଟିସିଏଲ୍ । ଗ୍ରୀଡ୍କୋ ଅଫିସ୍ ମୁଖ୍ୟ ଦ୍ଵାର ଓ ଟିପିଏସଓଡିଏଲ୍ରେ କାର୍ଯ୍ୟରତ ଶ୍ରମିକ
କର୍ମଚାରୀଙ୍କ ସ୍ୱତନ୍ତ୍ର ଦାବି ସହ ବ୍ରହ୍ମପୁର ମୁଖ୍ୟ ଅଫିସ୍ ମୁଖ୍ୟ ଦ୍ୱାର ସମ୍ମୁଖରେ ପୃଥକ ପୃଥକ ଗଣଧାରଣା ପ୍ରଦାନ
କରାଯିବ, ଯେଉଁଥିରେ ସାରା ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ
ରହିଛି, ଆଜିର ପ୍ରଥମ ଦିନର କଳା ବ୍ୟାଚ୍ ପରିଧାନକୁ ସଫଳତାର ସହ ଶୃଙ୍ଖଳାର ସହ ତ୍ବରାନ୍ବିତ କରିବାରେ
ପ୍ରମୁଖ ଭୂମିକା ନେଇଥିବା ସମସ୍ତ ସଂଗଠନର ଆଗଧାଡ଼ିର ଯୁବ ଶ୍ରମିକ ସାଥୀମାନଙ୍କୁ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ
ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ଅମର ଯୁମର ପ୍ରତାପ ସିଂ ଓ ଯୁଗ୍ମ ସମ୍ପାଦକ ସାଥୀ ପ୍ରିୟବ୍ରତ ନାୟକ
ଧନ୍ୟବାଦ ଅର୍ପଣ କରିବା ସହ ସଂଘ ଗତ ନିର୍ବିଶେଷରେ ଆଗେଇ ଆସି ସମସ୍ତେ ସହଯୋଗ କରିବାକୁ
ଅନୁରୋଧ କରିଛନ୍ତି |