ବାପାର ମରଣ ପୁଅର ଦଶା ବାଟରେ ପଡିଛି ସନ୍ୟାସୀ ବସା

ଭଞ୍ଜନଗର -ବାପାର ମରଣ ପୁଅର ଦଶା ବାଟରେ ପଡିଛି ସନ୍ୟାସୀ ବସା – ଲୋକ କଥା ଦିନେ ସତ ହବ କିଏ ଜାଣିଥିଲା | ସତରେ କଣ କାଳ ଗ୍ରହ ଜଗି ବସିଥିଲା |ଏମିତି ଵୀ କଣ ମୃତ୍ୟୁ ଆସେ | ଗତ ମାସ 25 ତାରିଖ ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ନିକଟସ୍ଥ ଖେମୁଣ୍ଡି ଛକ ଠାରେ ଏକ ଘରୋଇ କନ୍ୟା ଯାତ୍ରୀ ବସ ସହ ଏକ ସରକାରୀ ବସ ମୁଁହା ମୁଁହି ଧକ୍କା ହୋଇଥିଲା | ଯାହାଫଳରେ ଏହି ଦୁର୍ଘଟଣା ରେ 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ଭଞ୍ଜନଗର ନିକଟସ୍ଥ ମୁଜାଗଡ଼ ଗ୍ରାମର 5 ଜଣଙ୍କ ମୃତ୍ୟ ହୋଇଥିଲା | ସମସ୍ତଙ୍କର ସାମୁହିକ ଶବ ସତ୍କାର କରାଯାଇଥିବା ବେଳେ ସେଥିମଧ୍ୟରୁ ମୁଜାଗଡ଼ ଗ୍ରାମର ମୃତ୍ୟୁ ସୁଜ୍ଞାନୀ ପ୍ରଧାନଙ୍କ ସ୍ୱାମୀ ଶୁଭେନ୍ଦୁ ପ୍ରଧାନ ଦୀର୍ଘ 9 ଦିନ ହେଲା କଟକ scb ଠାରେ ଜୀବନ ଓ ମୃତ୍ୟୁ ସହ ଲଢେଇରେ ଆଜି ଶେଷରେ ଆଖି ବୁଜିଛନ୍ତି |ପୂର୍ବରୁ ଗୋପାଳ ପ୍ରଧାନ ଙ୍କ ବଡ ପୁଅ ଶିବ ଶଙ୍କର ପ୍ରଧାନ 2016 ମସିହାରେ ଆନ୍ଧ୍ରପ୍ରଦେଶ ର ଏକ ଗ୍ୟାସ କଣ୍ଟେନର ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ | ପୁଣି ଦୁଃଖ ନ ଯାଉନୁ ପୁଣି ସାନ ପୁଅର ଏହି ଅବସ୍ଥା ଗୋପାଳଙ୍କୁ ବେସାହାରା କରିଦେଇଛି |ପ୍ରଥମେ ସାନ ବୋହୁ ସୁଜ୍ଞାନୀ ଓ ନାତିର ମୃତ୍ୟୁ ଓ ଆଜି ନାତିର ର ଦଶା କାର୍ଯ୍ୟ ସମୟରେ ସାନ ପୁଅର ମୃତ୍ୟୁ ପରିବାର ର ମୂଳଦୁଆକୁ ଦୋହଲାଇ ଦେଇଛି |ଏହି ଖବର ପ୍ରସାରଣ ହେବା ପରେ ପୁଣି ଥରେ ମୁଜାଗଡ଼ ଗ୍ରାମକୁ ସ୍ତବ୍ଧ କରିଦେଇଛି

ଭଞ୍ଜନଗର ରୁ ଶିବ ଶଙ୍କର ପ୍ରଧାନ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *