ତିନି ତାରିଖରେ ହେବାକୁ ଥିବା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ସାଜଶଯ୍ୟା ଶେଷ ପର୍ଯ୍ୟାୟ
ଆସନ୍ତା ମାସ ତିନି ତାରିଖରୁ 21 ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ପ୍ରତି ତିନି ବର୍ଷକୁ ଥରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ କମିଟି ତରଫରୁ ଯାତ୍ରା ବନ୍ଦ ରଖା ଯାଇଥିଲା l ୬ ବର୍ଷ ପରେ ଚଳିତ ବର୍ଷ ଏହି ଐତିହାସିକ ଯାତ୍ରା ହେଉ ଥିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଛି l ଦୀର୍ଘ ବର୍ଷ ବ୍ୟବଧାନରେ ଯାତ୍ରା ଅନୁଷ୍ଠିତ ହୋଇ ଥିବାରୁ ଆକର୍ଷଣୀୟ କରିବା ପାଇଁ ଭଞ୍ଜନଗର ସହରକୁ ବିଭିନ୍ନ ଥ୍ରୀଡି ଚିତ୍ରରେ କାନ୍ତ ଗୁଡିକରେ ରଙ୍ଗୀନ କରିବା ସହିତ ପଶ୍ଚିମବଙ୍ଗରୁ ଆସିଥିବା କୁଶଳୀ କାରିଗର ଙ୍କ ଦ୍ୱାରା ସହରର ମୁଖ୍ୟରାସ୍ତାରେ 60ଫୁଟ ଉଚ୍ଚତାର ବିରାଟ ତୋରଣ ସୁସଜିତ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି l ଏହା ସହିତ ମାଙ୍କ ଆଗମନ ସକାଶେ ରାସ୍ତାରେ ଝୋଟିଚିତା ଅଙ୍କା ମଧ୍ୟ ଯାଇଛି l ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ କମିଟି ଠାରୁ ଆରମ୍ଭ କରି ସହରର ଜନସାଧାରଣଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l