ମା ବୁଢ଼ୀ ନାଆକାଣୀ କଳାପରିଷଦର ପ୍ରଥମ ବାର୍ଷିକ ଉତ୍ସବ ସଫଳତାର ସହ ପାଳିତ

ଧର୍ମଶାଳା -ବଡଚଣା ବ୍ଲକ ଅଣକା ପଞ୍ଚାୟତ ଅନ୍ତର୍ଗତ ମହାଦେଇପୁର ଗ୍ରାମରେ ମା ବୁଢ଼ୀ ନାଆକାଣୀ କଳା ପରିଷଦ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ଉତ୍ସବ ଖୁବ୍ ଜାକ ଜମକରେ ଗତକାଲି ପାଳିତ ହୋଇଯାଇଛି।ଉଦ୍ଘାଟକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯଶୋବନ୍ତ ଲେଙ୍କାଙ୍କ ସଭାପତିତ୍ୱରେଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କ୍ରୀଡ଼ାବିତ୍ ମନ୍ମଥ କୁମାର ପୃଷ୍ଟି, ମୁଖ୍ୟ ବକ୍ତା ଭାବରେ ଓଡିଶା କଳା ଜଗତର ସୁନାମଧନ୍ୟ ନାଟ୍ୟ ନିର୍ଦେଶକ ହରି ସାମନ୍ତ, ସମ୍ମାନୀତ ଅତିଥି ଭାବରେ ଉଦିୟମାନ୍ କଳାପରିଷଦ ମହିଳା ସଙ୍ଗଠନର ସଭାନେତ୍ରୀ ଦେବଜାନୀ ପ୍ରଧାନ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସାହୁ, ନିମାପଡା ଆବାସିକ ଉଚ୍ଚ ବିଦ୍ୟାଳୟ ଓ କଳା ପରିଷଦ ଉପଦେଷ୍ଟା ସୁରେଶ ରାଉତ, ପ୍ରାଧ୍ୟାପକ ଦିଲ୍ଲୀପ କୁମାର ନାୟକ, ସ୍ବେଛାସେବୀ କାର୍ତ୍ତିକ ଚନ୍ଦ୍ର ଜେନା, ଗାୟିକା ସ୍ଵର୍ଣପ୍ରଭା ଲେଙ୍କା, ଗାୟକ ଅଶ୍ୱିନୀ ବରାଳ, ସମାଜସେବୀ ଅଭୟ ତରାଇ ପ୍ରମୁଖ ଯୋଗଦେଇ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମା ବୁଢ଼ୀ ନାଆକାଣୀ କଳା ପରିଷଦର ସମ୍ପାଦିକା ତଥା ସୁନାମଧନ୍ୟl ପାଲା ଗାୟିକା ସୁଶ୍ରୀ କନକଲତା ସାମଲ ମଞ୍ଚ ସଞ୍ଚାଳନ କରିଥିଲେ।ଏହି ଉତ୍ସବ ସକାଳ ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଦିବା ୨ ଘଟିକା ଠାରୁ ୪ ଘଟିକା ପର୍ଯ୍ୟନ୍ତ ହୁଳହୁଳି, ଶଙ୍ଖଧ୍ଵନି,ବେଦମନ୍ତ୍ର ଉଚ୍ଚାରଣ, ପୁରାଣ ଶାସ୍ତ୍ର ଆଲୋଚନାରେ ଆଖପାଖ ଅଞ୍ଚଳର ବହୁ ମହିଳା ମାନେ ଯୋଗ ଦେଇଥିଲେ।ଗ୍ରାମାଞ୍ଚଳରେ ଲୁଚି ରହିଥିବା ଓ ଲୋକ ଲୋଚନକୁ ଆସୁ ନ ଥିବା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ଛୋଟିଆ ପ୍ରୟାସ ବୋଲି ଅତିଥି ମାନେ କହିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭା ଆଇନଜୀବି ସବିତା ମିଶ୍ର, ବରିଷ୍ଠ ସାମ୍ବାଦିକ ଦିଗମ୍ବର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ସଂଧ୍ୟାରଣୀ ବ୍ରହ୍ମ, ସ୍ବେଛାସେବୀ ଶେଷଦେବ ପୃଷ୍ଟି, ବିପିନ ବିହାରୀ ବାରିକ, ଲିଙ୍ଗରାଜ ପୃଷ୍ଟି, ମହାଦେଇପୁର ମହାବୀର କୀର୍ତ୍ତନ ମଣ୍ଡଳୀର କଳାକାର ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସଭକାର୍ଯ୍ୟ ପରେ ରାତ୍ରରେ ନୃତ୍ୟଧାରା ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସମ୍ପାଦିକା ତଥା ସୁନାମଧନ୍ୟl ଗାୟିକା କନକଲତା ସାମଲଙ୍କ ଉଦ୍ୟମକୁ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ସମସ୍ତ କଳାପ୍ରେମୀ ଦର୍ଶକ ଭୁୟସୀ ପ୍ରଶଂସା କରିଥିଲେ।
ରିପୋର୍ଟ-ଈଶ୍ୱର ଚନ୍ଦ୍ର ବାରିକ reporter