ରାସ୍ତା କାମ ପାଇଁ ଲାଗିଥିବା ଫଳକ ପଡି ଚାଲିଗଲା ପ୍ରଥମ ଶ୍ରେଣୀ ଛାତ୍ରଙ୍କ ଜୀବନ

ରାସ୍ତା କାମ  ପାଇଁ ଲାଗିଥିବା ଫଳକ ଖସି ଜଣେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଉଚ୍ଚପଦା ଗାଁରେ । ମୃତକ ଜଣକ ହେଲେ  ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଅସିତ ନାୟକ। ଏନେଇ ସ୍କୁଲ ପାଖରେ ଉତ୍ତେଜନା ଦେଖା ଦେଇଛି । ନିମ୍ନ ମାନରେ ଫଳକଟି ତିଆରି ହୋଇଥିବା ଯୋଗୁଁ ପିଲାଟିର ମୃତ୍ୟୁ ଘଟିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।ସୂଚନା ଅନୁସାରେ, ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗାଁର ସୌଭାଗ୍ୟ ରଞ୍ଜନ ନାୟକଙ୍କ ପୁଅ ଅସିତ ନାୟକ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଥିଲେ । ତେବେ ଖେଳଛୁଟି ସମୟରେ ସେ ବିଦ୍ୟାଳୟ ନିକଟରେ ଥିବା ଜଣେ ବୁଢୀମା’ଙ୍କ ପାଖକୁ ଯାଉଥିବା ବେଳେ ରାସ୍ତା କାମ ପାଇଁ ସିମେଣ୍ଟରେ ତିଆରି ହୋଇଥିବା ଫଳକଟି ହଠାତ୍ ତାଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ତେବେ ଖେଳଛୁଟି ସମୟରେ ଛାତ୍ରଛାତ୍ରୀମାନଙ୍କୁ ପାଚୀରି ବାହାରକୁ କିପରି ଛଡା ଯାଉଛି ତାହା ଏବେ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଙ୍କ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ସ୍କୁଲ ସମ୍ମୁଖରେ ବିରୋଧ କରିଛନ୍ତି । ସେପଟେ ନିମ୍ନ ମାନରେ ଫଳକ ତିଆରି ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

Punil Kumar Samanta reporter

Leave a Reply

Your email address will not be published. Required fields are marked *