ପ୍ରଥମ ଥର ପାଇଁ ଇତିହାସ ରଚିଲା କୋଟିଆ ରଥଯାତ୍ରା ହଜାର ହଜାର ଭକ୍ତଙ୍କ ଗ୍ରହଣରେ ଉପ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନେ ସାମିଲ ହୋଇ ରଥ ଟାଣିଲେ

ପ୍ରଥମ ଥର ପାଇଁ ଇତିହାସ ରଚିଲା କୋଟିଆ ରଥଯାତ୍ରା ହଜାର ହଜାର ଭକ୍ତଙ୍କ ଗ୍ରହଣରେ ଉପ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ମାନେ ସାମିଲ ହୋଇ ରଥ ଟାଣିଲେ ସୀମାନ୍ତବର୍ତ୍ତି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ସରକାର ସଂକଳ୍ପ ନେଇଛନ୍ତି_ ସୁରେଶ ପୂଜାରୀ କୋରାପୁଟ,୨୮।୬() କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ବାରା ୨୦୦୨ ମସିହାରେ ରଥଯାତ୍ରା ଆରମ୍ଭ କରାଯାଇଥିଲା। ଚଳିତ ବର୍ଷ କୋଟିଆ ରଥଯାତ୍ରା ଇତିହାସ ରଚିଛି।ପ୍ରଥମ ଥର ପାଇଁ କୋଟିଆ ଗ୍ରାମପୁଞ୍ଜର ହଜାର ହଜାର ଭକ୍ତ ମାନଙ୍କ ସହ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, କୋରାପୁଟ ସାଂସଦ ସପ୍ତଗିରି ଉଲାକା,କୋରାପୁଟ ବିଧାୟକ ରଘୁରାମ ମାଛ,କୋଟପାଡ ବିଧାୟକ ରୁପୁ ଭତ୍ରା, ଝରିଗାଁ ବିଧାୟକ ନରସିଂହ ଭାତ୍ରା,ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖ କୋଟିଆ ରଥଯାତ୍ରାରେ ସାମିଲ ହୋଇ ରଥ ଟାଣିଥିଲେ । କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସାମଗ୍ରୀକ ବିକାଶ ପାଇଁ ମହାପ୍ରଭୁଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋଟିଆ ପ୍ରସଙ୍ଗ ଖାଲି କୋରାପୁଟ ଜିଲ୍ଲାର ନୁହେଁ ଏହା ଓଡିଶାର ପ୍ରସଙ୍ଗ ଅଟେ ବୋଲି ସେ କହିଛନ୍ତି।ଏହାର ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି।ଆଜି ସ୍ଥାନୀୟ ଲୋକମାନଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ମାନଙ୍କର ପରାମର୍ଶ ନିଆଯାଇଛି । ସମସ୍ତଙ୍କ ମତାମତକୁ ନେଇ ଖସଡ଼ା ପ୍ରସ୍ତୁତ କରାଯାଇ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି । ଓଡିଶା ରାଜ୍ୟର ସୀମାନ୍ତ ବର୍ତ୍ତି ଅଞ୍ଚଳର ସାମଗ୍ରୀକ ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପ ନେଇଥିବା ସେ କହିଛନ୍ତି। କୋଟିଆର ଗୃହହୀନଙ୍କୁ ଗୃହ ଯୋଗାଇଦେବା, ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ ନିର୍ମାଣ କରିବା,ଏକ ବଡ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପ୍ରଭୃତି ଦାବିପତ୍ର ଆସିଥିଲା ବୋଲି ସେ କହିଛନ୍ତି। ଏଠାର ପର୍ଯ୍ୟଟନସ୍ଥଳୀର ବିକାଶ ହୋଇ ପାରିଲେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସ୍ଥାନୀୟ ବାସିନ୍ଦା ନିଯୁକ୍ତ ପାଇପାରିବେ।

ତେଣୁ ଏଠାରେ ରହିଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଛନ୍ତି। ଏଥିସହ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ର ବିକାଶ ମଧ୍ଯ କରାଯିବ ବୋଲି ସେ କହିଛନ୍ତି। କୋଟିଆ ସମସ୍ୟାର ସମାଧାନ ପାଇଁ ପୂର୍ବ ସରକାର ଗୁରୁତ୍ବ ଦେଉ ନ ଥିଲେ ବୋଲି ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଅଭିଯୋଗ କରିଛନ୍ତି। ଏବେର ସରକାର ଗୁରୁତ୍ବ ଦେଉଥିବାରୁ କୋଟିଆ ଓଡିଶାରେ ରହିବ ବୋଲି ଆଶା ଉଜ୍ଜଳ ରହିଛି ବୋଲି ସେ କହିଛନ୍ତି। ସରପଞ୍ଚ ଲିଉ ଗେମେଲ, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଏସପି ରୋହିତ ବର୍ମା ପ୍ରମୁଖ ଉପସ୍ଥିତ ରହି ରଥ ଟାଣିଥିଲେ। କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ପଟ୍ଟାଙ୍ଗୀ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ,ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଂପାଦକ ଭବାନୀ ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *