ଭଗବତୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ଭଗବତୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ କୋଣାର୍କ,୦୭.୦୯- କୋଣାର୍କର ଏକମାତ୍ର କଲେଜ ଭାବେ ପରିଚିତ ଭଗବତୀ ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୭ ଗୁରୁବାର ପୂର୍ବାହ୍ନରେ ପାଳନ ହୋଇଯାଇଛି। ସର୍ବପ୍ରଥମେ ଅତିଥି ମାନେ କଲେଜ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା।

ପରେ ପରେ ସମ୍ମେଳନ କକ୍ଷରେ କଲେଜ ଅଧକ୍ଷ ଡକ୍ଟର ଅବତାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, କଲେଜ ପ୍ରତିଷ୍ଠାତା ସଦସ୍ୟ ଶିକ୍ଷାବିତ୍ ହରେକୃଷ୍ଣ ମହାନ୍ତି, ବରିଷ୍ଠ ସାମ୍ବାଦିକ ତିବିକ୍ରମ ମହାପାତ୍ର, ସାଂସଦ ପ୍ରତିନିଧି ପଦ୍ମ ଚରଣ ବେଉରା, ପୁରାତନ ଛାତ୍ର ରାଜୁ ମହାପାତ୍ର ଓ ହୃଦାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇ କଲେଜ ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଅରବିନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ।