କନ୍ୟା ଘରେ ଯାଇ ପହଞ୍ଚିଲେ ଯୌତୁକ ବିବାଦୀୟ ବର

ବାଲିଗୁଡ଼ା ନବ ବିବାହିତାଙ୍କ ଯୌତୁକକୁ ବିରୋଧ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଯୌତୁକରେ ବର ମୋଟରସାଇକେଲ ମାଗି ଥିବାରୁ ସମସ୍ତଙ୍କ ସାମ୍ନାରେ ମଙ୍ଗଳ ସୂତ୍ର ଓ ଶଙ୍ଖା,ଚୁଡି ଖୋଲି ଦେଇ ବାପା ଘରକୁ ଫେରି ଯାଇଛନ୍ତି ଜଣେ ନବ ବିବାହିତା କନ୍ୟା । ଏହି ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ସାରୁପାଟା ଦୁର୍ଗମ ଅଞ୍ଚଳ ର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲା । ହେଲେ ଦଶ ତାରିଖ ଦିନ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ଏକ ମୋଟରସାଇକେଲ ଦେବାକୁ ବର ଦାବି କରିଥିଲା କନ୍ୟା ପକ୍ଷଙ୍କ ନିକଟରେ । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସଭା ମଧ୍ୟରେ ମଙ୍ଗଳସୂତ୍ର ସହ ଶଙ୍ଖା,ବୁଡି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଥିଲା । ଦୁର୍ଗମ ଅଞ୍ଚଳରେ ବସବାସ କରୁଥ‌ିବା ଝିଅର ଏଭଳି ନିଷ୍ପତି ସହ ତାର ସାହସକୁ ନେଇ ଏବେ ସେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ମୋଟରସାଇକେଲ ମାଗିବା ଘଟଣା ଭୁଲ ବୋଲି କହୁ ଥିବା ବେଳେ ବର ଅର୍ଜୁନ ଦିଗାଳ ଅନୁତାପ କରି ନିଜ ଭୁଲ ସ୍ପିକାରକରି ନବ ବଧୂ ଦେବକୀ ଦିଗାଳ ଙ୍କୁ କ୍ଷମା ମାଗିବା ସହ ଶାଶୁ ଶଶୁରଙ୍କୁ ମଧ୍ୟ କ୍ଷମା ମାଗିଥିଲେ l ସେପଟେ ଅର୍ଜୁନ ଦିଗାଳ ଙ୍କୁ ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଜୀବନ ସାଥି ଭାବେ ହାତ ଧରିଥିବାରୁ ନବ ଦମ୍ପତି ଦେବକୀ ଦିଗାଳ ପୁନର୍ବାର ତାର ହାତ ଧରି ସଂସାରରେ ଆଘକୁ ବଢ଼ିବାକୁ ଚାଁହୁ ଥିବା କହି ଛନ୍ତି lବାଇଟ – 1ଅର୍ଜୁନ ଦିଗାଲବାଇଟ – 2 କନ୍ୟା ଦେବକୀ ଦିଗାଲବାଇଟ – 3 ଦେବକୀ ଙ୍କ ବାପା

Leave a Reply

Your email address will not be published. Required fields are marked *