ଜଗନ୍ନାଥ ବିଳାସ ନାଟକମ୍ ର ଶୁଭ ଉନ୍ମୋଚିତ

– ଜଗତସିଂହପୁର ସ୍ଥିତ ପ୍ରଫୁଲ୍ଲ ପାଠାଗାର ଠାରେ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ଦ୍ଵାରା ଲିଖିତ ପୁସ୍ତକ ଶ୍ରୀ ଜଗନ୍ନାଥ ବିଳାସ ନାଟକମ୍ ର ଶୁଭ ଉନ୍ମୋଚିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ପ୍ରଫେସର ନୀଳକଣ୍ଠ ପତି, ସମ୍ମାନିତ ଅତିଥି ଭାବରେ ପ୍ରମୋଦ କୁମାର ମିଶ୍ର, ସଦାଶିବ ରାୟ, ସୁରେନ୍ଦ୍ର ନାଥ ତ୍ରିପାଠୀ, ହିମାଂଶୁ ଶେଖର ଆଚାର୍ଯ୍ୟ, ଭଗବାନ ଦାଶ, ବଂଶୀଧର ଆଚାର୍ଯ୍ୟ, ବିଜୟ କୁମାର ପତି, ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଏହି ପୁସ୍ତକ କୁ ଉନ୍ମୋଚନ କରିଥିଲେ । ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଜଣେ ଏକାଧାରରେ ସାହିତ୍ୟିକ, କବି ଗାଳ୍ପିକ ଓ ଜଣେ ଭଲ ଶିକ୍ଷକ ଭାବରେ ପରିଚିତ । ଆଜି ତାଙ୍କର 91 ତମ ଜନ୍ମ ଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କର ଦିର୍ଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ତାଙ୍କର ପରିବାର ବର୍ଗ ଓ ବହୁ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ ।

ଜଗତସିଂହପୁର Rita ସାହୁ reporter

Leave a Reply

Your email address will not be published. Required fields are marked *