ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା କୁ ନେଇ ଜଟଣୀ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷ ରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ।ଆଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଜଟଣୀ ରେ ୧୦ ଦଫା ଦାବି ସହ ବିଭିନ୍ନ ଅବ୍ୟବ୍ୟସ୍ତ ଓ ସମସ୍ୟା କୁ ନେଇ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପଣ୍ଡା ଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଶୋଭାଯାତ୍ରା ରେ ସ୍ଥାନୀୟ ଡମନେଇ ମନ୍ଦିର ରୁ ବାହାରି ମେଡିକାଲ ପରିସରରେ କର୍ମଚାରୀ ମାନଙ୍କୁ ସଠିକ କାର୍ଯ୍ୟ କରିବା ପାଇଁ ତାଗିଦ କରିଥିବା ଭଳି ଶ୍ଳୋଗାନ ଦେଇଥିଲେ। ମୁଖ୍ୟତ ଚିକିତ୍ସାଳୟ ରେ ଡାକ୍ତର ମାନେ ଏବଂ ଅନ୍ୟ କର୍ମଚାରୀ ମାନେ ରୋଗୀ ମାନଙ୍କୁ ଉତ୍ତମ ଏବଂ ମଧୁର ବ୍ୟବହାର କରନ୍ତୁ, ମେଡ଼ିକାଲରେ ସମ୍ପୁର୍ଷ ୨୪ ଘଣ୍ଟିଆ ସେବା ପ୍ରଦାନ କରାଯାଉ, ୨୪ ଘଣ୍ଟିଆ ସରକାର ଙ୍କ ନିରାମୟ ଔଷଧ ରାୟ ଖୋଲା ରହୁ । ଏବଂ ସମସ୍ତ ପ୍ରକାରର ଔଷଧ ଉପଲବ୍ଧ ରହୁ । ଯେମିତି ରୋଗୀ ମାନଙ୍କୁ ବାହାରରୁ ଔଷଧ କିଣିବାକୁ ନ ପଡେ, ଗର୍ଭବତୀ ମହିଳାଙ୍କୁ ଅନ୍ୟତ୍ର ବେସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ ନକରି ମୁଖ୍ୟ ଚିକିତ୍ସାଳୟରେ ପ୍ରସାଧାନ କରଯାଉ। ଶିଶୁ ବିଭାଗରେ ଶିଶୁ ବିଭାଗର ଡ଼ାକ୍ତର ସବୁବେଳେ ଉପସ୍ଥିତି ରହିବା ସହିତ, ଉନ୍ନତମାନ ର ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଶିଶୁଭବନ ବିଭାଗ ଖୋଲିବା ସହିତ ସମସ୍ତ ଅତ୍ୟାଧୁନିକ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦିଆଯାଉ। ମେଡିକାଲରେ ଆବଶ୍ୟକୀୟ ଅକ୍ସିଜେନ ଏବଂ ଭେନ୍ଟେଲେଟର ନାହିଁ ଫଳରେ ଅକସ୍ମାତ୍ ଦୁର୍ଘଟଣାରେ ଶିକାର ରୋଗୀ ଉପଯୁକ୍ତ ଚିକିତ୍ସାନ ପାଇ ମୃତ୍ୟୁ ବରଣ କରୁଛନ୍ତି। ଏହାର ସମାଧାନ କରାଯାଉ। ମେଡ଼ିକାଲରେ ଅପରେସନ ଥେଟର ଅଛି କନ୍ତୁ ଏହା କୌଣସି କାର୍ଯ୍ୟରେ ଆସୁ ନାହିଁ। କିମ୍ବା କୌଣସି ଅପରେସନ ଏଠାରେହୁଏ ନାହିଁ। ମେଡିକାଲରେ ସମସ୍ତ ଅତ୍ୟାଧୁନିକ ଆବଶ୍ୟକୀୟ ଉପକରଣ ରହିବା ସହିତ ମେଡ଼ିକାଲ୍ ପରିସର ପରିଷ୍କାର ପରିଚ୍ଛନ୍ନ ପରିମଳ ବ୍ୟବସ୍ଥା ସୁଧାର କରାଯାଉ।ମେଡ଼ିକାଲରେ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଉପସ୍ଥିତି ରହିବା ସହିତ ତୁରନ୍ତ ଆମ୍ବୁଲାନ୍ସ ସେବ ପ୍ରଦାନ କରାଯାଉ ଓ ମେଡ଼ିକାଲ ଭିତରେ ସୁଲଭ ଶୌଚାଳୟ ବ୍ୟବସ୍ଥା କରାଯିବା ନେଇ ଦାବି ରଖିଚି ସଂଗଠନ। ନଚେତ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କୁ ଚେତାବନୀ ଦେଇଛନ୍ତି ନବ ନିର୍ମାଣ ଯୁବଛାତ୍ର ସଙ୍ଗଠନର ମୁଖ୍ୟ ଶ୍ରୀ ମନୋହର ଅଲ୍ଲି।
ଶାହାବୁଦ୍ଦିନ ଖାଁ ଜଟଣୀ (reporter)