ଏପ୍ରିଲ ୫କୁ ଘୁଞ୍ଚିଲା ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଏପ୍ରିଲ ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ସିସୋଦିଆଙ୍କ ଓକିଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଜବାବ ଦେବାକୁ ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କଠାରୁ ଅଧିକ ସମୟ ମାଗିଥିଲେ।

ଏହି ମାମଲାରେ ମନି ଲଣ୍ଡରିଂ ଅଭିଯୋଗର ସମ୍ମୁଖୀନ ହେଉଥିବା ସିସୋଦିଆଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲରେ ଗିରଫ କରିଥିଲା‌ ଇଡି। ସିବିଆଇ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ତିହାର ଜେଲରେ ରଖାଯାଇଥିଲା। ତାଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *