ମସଜିଦରେ ନମାଜ ପଢିବାକୁ ହିନ୍ଦୁ ମହିଳାଙ୍କୁ ସୁରକ୍ଷା ଦେଲେ ହାଇକୋର୍ଟ

ପ୍ରୟାଗରାଜ,୧୨।୫: ଉତ୍ତରାଖଣ୍ଡ ହାଇକୋର୍ଟ ଗୁରୁବାର ଜଣେ ୨୨ ବର୍ଷର ଯୁବତୀଙ୍କୁ ମସଜିଦରେ ନମାଜ ପଢିବାକୁ ନେଇ ପୋଲିସ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ୨୨ ବର୍ଷର ହିନ୍ଦୁ ଯୁବତୀ ଉତ୍ତରାଖଣ୍ଡ ହାଇାକୋର୍ଟରେ ଅପିଲ କରିଥିଲେ କି ତାଙ୍କୁ ମସଜିଦରେ ନମାଜ ପଢିବାକୁ ଅନୁମତି ଦିଆଯିବ ସହ ସୁରକ୍ଷା ଯୋଗାଇ ଦିଆଯାଉ।
ଯୁବତୀ କହିଥଲେ କି ତାଙ୍କୁ ଅନେକ ହିନ୍ଦୁ ସଙ୍ଗଠନ ପକ୍ଷରୁ ଧମକ ମିଳିଥିଲା କି ଯଦି ସେ ମସଜିଦରେ ନମାଜ ପଢିବେ ତେବେ ତାଙ୍କର ବହୁତ କ୍ଷତି ଘଟିବ। ଏହାକୁ ନେଇ ଉତ୍ତରାଖଣ୍ଡର ନୈନିତାଲ ବେଞ୍ଚ ତାଙ୍କୁ ଗୁରୁବାରକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଓ ପ୍ରଶ୍ନ କରିଥିଲେ ସେ ହିନ୍ଦୁ ହୋଇ ନମାଜ ପଢିବାକୁ କାହିଁକି ଚାହୁଁଛନ୍ତି।
ଏହାର ଉତ୍ତରରେ ସେ କହିଥିଲେ କି ନା ମୁଁ ମସଲମାନ ନା ମୋର ଧର୍ମ ପରିବର୍ତ୍ତନ କରିବାର ଅଛି ନା ମୁଁ କୌଣସି ମୁସଲମାନ ଯୁବକଙ୍କୁ ବିବାହ କରିବାକୁ ଯାଉଛି। ଘଟଣା ହେଲା ମୁଁ ପିରାନ କଲିୟାର ମସଜିଦ ଯିବା ପରେ ସେହି ସ୍ଥାନ ମୋତେ ଖୁବ ଭଲ ଲାଗିଥିଲା, ସେଥିପାଇଁ ମୁଁ ନମାଜ ପଢିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *