ବସ୍ତା ନିର୍ବାଚନ ମଣ୍ଡଳୀ ମିଳିତ ଅମଲା ମଞ୍ଚ ର ଐତିହାସିକ ଆନ୍ଦୋଳନ ଡାକରା ମିଶନ୍‌ ଗ୍ରେଡ୍‌ପୋ ୪୨୦୦ ହେବା ଆବଶ୍ୟକ

ବସ୍ତା ନିର୍ବାଚନ ମଣ୍ଡଳୀ ମିଳିତ ଅମଲା ମଞ୍ଚ ର ଐତିହାସିକ ଆନ୍ଦୋଳନ ଡାକରା ମିଶନ୍‌ ଗ୍ରେଡ୍‌ପୋ ୪୨୦୦ ହେବା ଆବଶ୍ୟକ। ଏଥିପାଇଁ ମେ ୨୨ ରୁ ମେ ୩୧ ପର୍ଯ୍ୟନ୍ତ ସମସ୍ତ କର୍ମକର୍ତ୍ତା କଳାବ୍ୟାଚ୍ ପରିଧାନ କରିଛନ୍ତି। ତା ସହିତ ଦାବି ପୂରଣ ନହେଲେ ଜୁନ୍ ୧ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟି ନେବେ ବୋଲି ସ୍ଥିର କରାଯାଇଛି। ଏହି ଉଦ୍ଦେଶ୍ୟ ରେ ବସ୍ତା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ଙ୍କ ବାସଭବନ ରେ ବିଧାୟକ ଶ୍ରୀ ସାହୁ ଙ୍କୁ ଭେଟି ବସ୍ତା ମିଳିତ ଅମଲା ମଞ୍ଚ ର ସମସ୍ତ କର୍ମକର୍ତ୍ତା ବିଧାୟକ ଙ୍କ ଜରିଆରେ ଚିଫ୍ ସେକ୍ରେଟାରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି। ମିଳିତ ଅମଲା ମଞ୍ଚ ର ଏକମାତ୍ର ଦାବି ହେଲା ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ ଙ୍କ ବେତନ ଲେଭେଲ୍‌ – ୪ ରୁ ଲେଭେଲ୍ – ୯ କୁ ବୃଦ୍ଧି । ବସ୍ତା ରୁ ବିଷ୍ଣୁପଦ ପତି ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *