ମାନବିକତାର ପରିଚୟ

ନୟାଗଡ଼: ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସରପଞ୍ଚ ରବିନ୍ଦ୍ର ନାଥ ସାହୁଙ୍କ ସମେତ ୱାର୍ଡ ସଭ୍ୟ ସଭ୍ୟା ଆଜି ମାନବିକତାର ପରିଚୟ ଦେଇଛନ୍ତି। ଆଜି ସେମାନେ ଜଣେ ବୃଦ୍ଧଙ୍କ ଶବକୁ କାନ୍ଧ ଦେଇ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।ସୂଚନା ଅନୁଯାୟୀ, ନୟାଗଡ଼ ବ୍ଲକ ଚଣ୍ଡିବସ୍ତ ପଞ୍ଚାୟତ ଖମାରସାହି ଗ୍ରାମର ଭାଗବତ ଗୁରୁ ଅଜଣା ରୋଗରେ ପିଡିତ ଥିଲେ। ଆଜି ତାଙ୍କର ପରଲୋକ ଘଟିଥିଲା। ଶବ ଦାହ କରିବା ପାଇଁ ଲୋକମାନେ ସଙ୍କୋଚ ଅନୁଭବ କରିଥିଲେ। ଖବର ଶୁଣି ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ନାଥ ସାହୁ ଓ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ଉକ୍ତ ଗ୍ରାମରେ ପହଞ୍ଚି ଶବକୁ ନିଜ କାନ୍ଧରେ ନେଇଥିଲେ। ଏହା ପରେ ନିକଟସ୍ଥ ଶ୍ମଶାନରେ ଶବ ଦାହ କରିଥିଲେ।ଲୋକଙ୍କୁ ସଚେତନ କରାଇବା ସହ ନିଜେ ଶବ କାନ୍ଧରେ ନେଇ ଶବ ଦାହ କରିଥିବାରୁ ବ୍ଲକ ଅଧ୍ୟକ୍ଷ ନିଜେ ଖୁସି ବ୍ୟକ୍ତ କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଅସମୟରେ ଅସହାୟକୁ ସାହଯ୍ୟର ହାତ ବଢ଼ାଇବା ମାନବିକତାର ପରିଚୟ ବୋଲି ସେ କହିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ

Leave a Reply

Your email address will not be published. Required fields are marked *