ଗାଁ ଯୁବକଙ୍କ ମହନୀୟତା
ଗାଁ ଯୁବକଙ୍କ ମହନୀୟତା , ସହାୟ ହେଲେ ଅସହାୟ ବୃଧା ଙ୍କୁ ଭଞ୍ଜନଗର – ୧୩/୦୮() ବୟସର ସାୟଂ କାଳରେ ଏକାକି ଜୀବନ ଯେ କେତେ କଷ୍ଟ ଦାୟକ ତାହା କେବଳ ଜଣେ ଭୋଗିବା ଲୋକ ହିଁ ଜାଣିପାରିବ । ଏଣୁ ତ ମଣିଷ ଯୁବା କାଳରେ ବିବାହ କରି ଜୀବନ ପାଇଁ ସାଥି ଟିଏ କରିଥାଏ । ପୁଅ ଓ ଝିଅ ଜନ୍ମ ଦେଇ ଘର ସଂସାର କରିଥାଏ । ସମସ୍ତଙ୍କ ଆଶା ଥାଏ ଯେତେବେଳେ ଗୋଡ଼ ହାତ ଅଚଳ ହୋଇ ପଡିବ ଶରୀର ଦୁର୍ବଳ ହୋଇଜିବ ସେହି ସମୟରେ ଅନ୍ୟର ସାହାଯ୍ୟ ନିହାତି ଆବିଶ୍ୟକ । ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚଢ଼ିଆପଲ୍ଲୀ ଗାଁ ର । ସ୍କୁଲ ନିକଟ ଏକ ଘର ଭିତରେ ପଡିରହିଛନ୍ତି ଜଣେ ବୃଧା ଗତ ସପ୍ତାହେ ହେବ ସେ ରୋଗାକ୍ରାନ୍ତ ହୋଇ ଅଚଳ ହୋଇପଡିଛନ୍ତି । ଘର ଟିଏ ସିନା ସରକାରଙ୍କ ଆବାସ ଯୋଜନାରେ ମିଳିଛି ହେଲେ ଆଉ କିଛି ନାହିଁ କି ପରିବାରରେ ମଧ୍ୟ ଆଉ କେହି ନାହାନ୍ତି । ସ୍ୱାମୀ ମୋହନ ନାଇକ ଗଲା ୨୦ ବର୍ଷ ହେବ ଆରପାରିକୁ ଚାଲିଗଲେଣି । ଏବେ ଘରେ ଏକାକି ରହୁଛନ୍ତି ଡ଼ମୁଣି ନାଇକ ବୟସ ପ୍ରାୟ ୭୦ ହେବ । ରାସନ କାର୍ଡ ରେ ଚାଉଳ ଓ ଭତା ଟଙ୍କା ରେ ତାଙ୍କ ପେଟ ଅପୁରା ରହୁନି ହେଲେ ଏବେ ହଠାତ ଦେହ ଅସୁସ୍ଥ ହୋଇ ପଡିବାରୁ ସେ ଆଉ ଚଳ ପ୍ରଚଳ ହୋଇପାରିଲେ ନାହିଁ ଘରେ ଆଉ କେହି ନଥିବାରୁ ସେବା ଟିକିଏ ମଧ୍ୟ ପାଇନପାରି ଘର ଭିତରେ ଏକାକି ପଡିରହି ଆଖିଆ ଓ ଅପିଆ ଏବଂ ଶେଯରେ ଝାଡା ପରିଶ୍ରା କରି ପଡିରହିଥିଲେ । ଦୁର୍ଗନ୍ଧ କାରଣରୁ ସାହି ପଡୋଶୀ କେହି ମଧ୍ୟ ପାଖ କୁ ଆସିନଥିଲେ ସାହି ବାସୀଙ୍କ ନିକଟରୁ ଖବର ପାଇ ଗାଁ ଯୁବକଙ୍କ ଦ୍ଵାରା ଗଠିତ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ସଂଘ ର କିଛି ସଦସ୍ୟ ବୃଧା ଙ୍କ ନିକଟରେ ପଂହଁଚି ଘରୁ ଉଧାର କରି ତାଙ୍କୁ ଗାଧୁଆ ପାଧୁଆ ଓ ସଫା ସୁତରା କରି ନୁଆଁ ଲୁଗା ପିନ୍ଧାଇ ଦେଇଥିଲେ । ଘର ଦ୍ୱାର ଧୋଇ ସଫାସୁତରା କରି ବୃଢ଼ାଙ୍କୁ ଜଗନ୍ନାଥପ୍ରସାଦ ମେଡିକାଲକୁ ଆମ୍ବୁଲାନ୍ସ ସାହାଯ୍ୟରେ ନେଇ ଚିକିତ୍ସା କରାଇଛନ୍ତି । ଗୋପବନ୍ଧୁ ଟ୍ରଷ୍ଟ ର ଯୁବକ ମାନଙ୍କ ଏଭଳି କାର୍ଯ୍ୟକୁ ସମସ୍ତେ ଭୁୟସୀ ପ୍ରଶଂଶା କରିଛନ୍ତି । ବୃଧା ମା ଜଣକ ମଧ୍ୟ ଆଖି ଛଳଛଳ କରି ଯୁବକ ମାନଙ୍କୁ ନିଜ ପୁଅ ବୋଲି ସମ୍ବୋଧନ କରିଛନ୍ତି । ନିଜ ଜନ୍ମ କଲା ପୁଅମଧ୍ୟ ଏଭଳି କାମ କରିବନି ଯାହା ଏହି ସଂଗଠନ ର ଯୁବକ ମାନେ କରିଛନ୍ତି । ଅରକ୍ଷିତ କୁ ଦଇବ ସାହା ଭଳି ବୃଦ୍ଧା ଡ଼ମୁଣି କୁ ଯୁବକ ମାନେ ସହାୟ ହୋଇଛନ୍ତି ।