ଆଜିଠାରୁ ଫୁଲବାଣୀ ଜିରିଙ୍ଗପଡା ଠାରେ ଲକ୍ଷ୍ମୀ ନୃସିଂହନାଥଙ୍କ ଯାତ୍ରା ଆରମ୍ଭ
![](https://teerthkhetra.com/wp-content/uploads/2023/05/Screenshot_2023-05-04-17-41-01-38.jpg)
ଫୁଲବାଣୀ-୪/୦୫/୨୦୨୩ ଐତିହାସିକ ପ୍ରଭୂ ଲକ୍ଷ୍ମୀ ନୃସିଂହନାଥ ଠାକୁରଙ୍କ ଆଜି ଜନ୍ମ ଦିନ।ଏହି ଉତ୍ସବ ଅବସରରେ ଫୁଲବାଣୀ ଜିରିଙ୍ଗପଡ଼ା ର ବହୁ ଚର୍ଚ୍ଚିତ ଚନ୍ଦନ ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଯାଇଛି।ଆଜି ସ୍ଥାନୀୟ ଆଖ ପାଖ ର ସମସ୍ତ ମହିଳା,ପୁରୁଷ,ଯୁବକ,ଯୁବତୀ ଏକତ୍ରିତ ହୋଇ ଗେରୁଆବସ୍ତ୍ର ପରିଧାନ କରି ସ୍ଥାନୀୟ ମାଁ ନାରାୟଣୀ ନଦୀରୁ କଳସରେ ଜଳ ପୁର୍ନକରି ନିଜର ମାନସିକ ରଖି ସଂକଳ୍ପ କରି ନାମ ସଂକୀର୍ତ୍ତନ,ଶଙ୍ଖ, ଘଣ୍ଟ,ମହୁରୀ ଧୋନୀରେ ଶୋଭାଯାତ୍ରାରେ ବାହାରି ଫୁଲବାଣୀ ସହର ପରିକ୍ରମା କରି ପ୍ରଭୂ ଲକ୍ଷ୍ମୀ ନୃସିଂହନାଥ ମନ୍ଦିରରେ ପହଞ୍ଚି ସେଠାରେ ହୋମ ଯଜ୍ଞ ଆହୁତି ହୋଇଥିଲା।ଏ ନେଇ ବହୁ ଜନସମାଗମ ଦେଖିବାକୁ ମିଳିଛି ଓ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଚଳ ଚଞ୍ଚଳ ହୋଇ ଉଠିଛି।ଆସନ୍ତା କାଲି ୫ ତାରିଖ ଠାରୁ ବିଭିନ୍ନ ମେଗା ସଂସ୍କୃତି କାର୍ଯ୍ୟକ୍ରମ ମାନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଯାତ୍ରାଟିକୁ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହେବାପାଇଁ କମିଟିର ସଭାପତି ଶିବସଙ୍କର ବେହେରା,ସମ୍ପାଦକଦାରୁଣ ବେହେରା,ସାସ୍କୃତିକ ସମ୍ପାଦକ ବୈଦ୍ୟନାଥ ନାୟକ, ଗ୍ରାମ କମିଟି ସଭାପତି ସୁଜିତ ବେହେରା, ଉପ-ସଭାପତି ବଳଦେବ ବେହେରାକୋଷାଧ୍ୟକ୍ଷ ଲଳିତ ବେହେରା ଅନ୍ୟ ସମସ୍ତ ସଦସ୍ୟ ସତର୍କ ଦୃଷ୍ଟି ରଖି ସଜାଗ ରହିଛନ୍ତି।ଆସନ୍ତା କାଲିଠାରୁ ପ୍ରବଳ ଭିଡ଼ ଦେଖିବାକୁ ମିଳିବ।