ଅଗ୍ନିକାଣ୍ଡରେ କୁନା ହୋଟେଲ ଜଳିଗଲା

କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲ ଆଜି ସନ୍ଧ୍ୟା ୫ ଟା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଜଳି ପାଉଁଶ ହୋଇଯାଇଛି।ଆଜି ହୋଟେଲ ଟି ବନ୍ଦ ରହିଥିଲା। ଅପରାହ୍ନ ୫ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏହା କେଉଁ କାରଣରୁ ଘଟିଛି ଏହି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଆନୁମାନିକ ଦୁଇ ଲକ୍ଷ ଟଙ୍କା ନଷ୍ଟ ହୋଇଯାଇଛି। ଦମକଳ ବାହିନୀ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକମାନେ ନିଆଁ କୁ ଲିଭେଇବାରେ ସକ୍ଷମ ହୋଇଥିଲେ। ଦମକଳ ବାହିନୀର ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ।