ନାଟକ ପୁସ୍ତକ ମଣିମାନ୍ତେ ର ଉନ୍ମୋଚନ ପର୍ବ ବେଶ ଆକର୍ଷଣୀୟ ଭାବେ ପାଳିତ

୦୩/୧୨/୨୦୨୩ – ଅର୍କ କ୍ଷେତ୍ରର କୋଣାର୍କ ମହୋତ୍ସବରେ କୋଣାର୍କ ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ସାହିତ୍ୟ ଆସରରେ ଯୁବ ଲେଖିକା ଦୀପିକା ଦାଶଙ୍କର ନାଟକ ପୁସ୍ତକ ମଣିମାନ୍ତେ ର ଉନ୍ମୋଚନ ପର୍ବ ବେଶ ଆକର୍ଷଣୀୟ ଭାବେ ପାଳିତ ହୋଇଥିଲା ।

ଏହି ଉତ୍ସବରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ମଧୁସୂଦନ ଦାଶ, ସୁପ୍ରସିଦ୍ଧ ସାହିତ୍ୟିକ ଦାଶ ବେନହୁର, ସାହିତ୍ୟିକ ଦିଲ୍ଲୀପ କୁମାର ସ୍ୱାଇଁ, ସାହିତ୍ୟିକ ସୁଚେତା ମିଶ୍ର, ନୃତ୍ୟବିଦୁଷି ତଥା ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି, ଓଟିଡିସିର ମହା ପ୍ରବନ୍ଧକ ଡକ୍ଟର ଲଲାଟେନ୍ଦୁ ସାହୁ ତଥା କୋଣାର୍କ ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଅତିଥି ଭାବରେ ଯୋଗଦେଇ ନାଟକ ମଣିମାନ୍ତେ ଉନ୍ମୋଚନ କରିବା ସହ ନିଜ ନିଜର ଚମତ୍କାର ବକ୍ତବ୍ୟ ପରିବେଷଣ କରିଥିଲେ । ମଣିମାନ୍ତେର ଯୁବ ନାଟ୍ୟକାରିଣୀ ଦୀପିକା ଦାଶ ତାଙ୍କ ବକ୍ତବ୍ୟରେ ନିଜ ସାରସ୍ୱତ ଯାତ୍ରା ତଥା ନାଟକ ରଚନା ବିଷୟରେ ବେଶ ମର୍ମସ୍ପର୍ଶୀ କଥା ରଖିଥିଲେ । ମୁକ୍ତାକାଶ ତଳେ ଅନୁଷ୍ଠିତ ଜାତୀୟ ଖ୍ୟାତିସମ୍ପନ୍ନ ଏହି ସଭାରେ ଓଡ଼ିଶାର ବିଶେଷ ସାହିତ୍ୟ ପ୍ରତିଭାଧାରୀ ମାନେ ଯୋଗଦେଇ ଉତ୍ସବକୁ ସଫଳତାରେ ଅଭିହିତ କରାଇବାରେ ବିଶେଷ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *