ସାବରଙ୍ଗ ଥାନାର ମଦ୍ଯପ କନେଷ୍ଟବଳଙ୍କ ଉନ୍ମୁକ୍ତ କାଣ୍ଡ

ସାବରଙ୍ଗ ଥାନାର ମଦ୍ଯପ କନେଷ୍ଟବଳଙ୍କ ଉନ୍ମୁକ୍ତ କାଣ୍ଡ, ଭାଷାରେ ଗାଳିଗୁଲଜ ସହ ପୋଲିସଙ୍କୁ ହାତ ଉଠାଉଥିବାର ଭିଡିଓ ଭାଇରାଲ।ଭିଡ଼ିଓ ଉତ୍ତଳନ ସମୟରେ ସାମ୍ବାଦିକଙ୍କୁ ଧମକ ଏନେଇ ଥାନାରେ ରୁଜୁହେଲା ମାମଲା ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ପରିସରରେ ଘଟିଛି । ନିଶାସକ୍ତ ଅବସ୍ତାରେ ସେହି ଥାନାର କନେଷ୍ଟବଳ ବିଶ୍ଵରଞ୍ଜନ ଦଳେଇ ଥାନା ପରିସରରେ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା ଏବଂ ଏହି ସମୟରେ ଅନ୍ୟ୍ ପୋଲିସ କର୍ମଚାରୀ ରୋକିବାକୁ ଉଦ୍ୟମ କରୁଥିବା ବେଳେ ସେ ସେମାନଙ୍କ ଉପରକୁ ହାତ ଉଠାଉଛନ୍ତି। ଶେଷରେ ୩ ଜଣ ପୋଲିସ ମିଳିତ ଭାବେ ସଂପୃକ୍ତ କନେଷ୍ଟବଲଙ୍କୁ ଥାନା ଭିତରକୁ ନେଇ ଯାଉଥିବାର ଭିଡିଓରୁ ବାରି ହୋଉଛି। ଏହି ଘଟଣାକୁ ନେଇ ସମ୍ବାଦିକ ଥାନାର ଆଇଆଇସିଙ୍କ ମତାମତ ଲୋଡିଥିଲେ। ସଂପୃକ୍ତ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ନରେଶ ମୁଦୁଲୀଙ୍କୁ ଗାଳିଗୁଲଜ କରିବା ସହ ବ୍ୟକ୍ତିଗତ ଶତୃତା ପ୍ରଦର୍ଶନ କରିଥିଲେ ଏନେଇ ଥାନାରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ଏଭଳି କାଣ୍ଡ ହୋଇଥିବା କହିଛନ୍ତି। ଘଟଣାକୁ ନେଇ ସେ ଘୋର ନିନ୍ଦା କରିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଅନ୍ୟପଟେ ସାମ୍ବାଦିକ ନରେଶ ମୁଦୁଲୀ ମଧ୍ଯ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୁଇଦିନ ତଳେ ସଂପୃକ୍ତ କନେଷ୍ଟବଲ ନିଶାସକ୍ତ ଅବସ୍ଥାରେ ମଦ ଦୋକାନ ସମ୍ମୁଖରେ ରୋଳା କରୁଥିଲେ। ଯାହାର ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବେଳେ କନେଷ୍ଟବଲ ଜଣକ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଘରକୁ ପୂନଶ୍ଚ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଯାହାକୁ ନେଇ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନାରୁ ଉପଯୁକ୍ତ ନ୍ୟାୟ ନମିଳିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେବେ ବୋଲି ଚେତାବନି ଦେଇଛନ୍ତି। ତେବେ ସାବରଙ୍ଗ ପୋଲିସ ପକ୍ଷରୁ ସଂପୃକ୍ତ କନେଷ୍ଟବଳଙ୍କ ବିରୋଧରେ କି ପ୍ରକାର କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ତାହା କେବଳ ଦେଖିବା ବାକି ରହିଲା।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ,