କେସିଙ୍ଗା ଆଦର୍ଶ ଥାନା ସମ୍ମୁଖରେରେ ଠିପି ବନ୍ଦ ମଦ ଦୋକାନ ।

କେସିଙ୍ଗା:୨୬/୭- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ସମ୍ମୁଖରେ ଠିପି ବନ୍ଦ ମଦ ଦୋକାନ ଖୋଲାଯାଇଛି ।ଏହି ଦୋକାନଟିର ନାମ ଇଂରାଜୀରେ ଲେଖାହୋଇଛି – IMF.L.OFF SHOP No.1,KESINGALICENSE NAME- ABHILASH PANDA କୁ ନେଇ ବୁଦ୍ଧିଜୀବୀ ମହଲରେ ଜୋର ନିନ୍ଦା କାରାଯାଉଛି । ଏହି ମଦ ଦୋକାନ ଏହା ପୂର୍ବରୁ ରେଲୱେ ଟେଷ୍ଟସନକୁ ଲାଗି ପୁରୁଣା ଡାକଘରେ ମଦ ଦୋକାନ କାରାଯାଇଥିଲା ।ହେଲେ ସେଠାରେ ରେଲ୍ ଯାତ୍ରୀ ତଥା ଜନସାଧାରଣ ଓ ଅସୁବିଧା ଭୋଗୁଥିଲେ ।ସେଠାରେ ମଦ ଦୋକାନ ଥିବା ଯୋଗୁଁ ଝିଅ ବୋହୁ ମାନେ ନାକଟେକି ଚାଲି ପାରୁନଥିଲେ ।ତାହା ସେଠାରେ ଉଚ୍ଛେଦ ହେଲା ଓ ନୂତନ ଭାବରେ ଟେଣ୍ଡର ପ୍ରକିୟା ଆରମ୍ଭ କରାଗଲା ।ଏହି ନୂତନ ଟେଣ୍ଡର ରେ ବର୍ତ୍ତମାନ ଅଭିରାମ ପଣ୍ଡା ନାମକ ଲାଇସେନ୍ସ ଧାରୀଙ୍କୁ ମିଳି କେସିଙ୍ଗା ଆଦର୍ଶ ଥାନା ମୁଖ୍ୟ ଫାଟକ କଲରେ ସ୍ଥାପିତ ହୋଇଛି ।ଏଠାରୁ ଅନୁମେୟ ହୁଏଯେ ଯେଉଁ କେସିଙ୍ଗା ଆଦର୍ଶ ଥାନା କଳାହାଣ୍ଡି ଜିଲ୍ଲାରେ ଆଦର୍ଶ ଥାନା ମାନ୍ୟତା ପାଇଲା ଓ ଥାନାକୁ ବିଭିନ୍ନ ଉନ୍ନତି କରଣ କରାଗଲା ସେହି ଆଦର୍ଶ ଥାନା ସମ୍ମୁଖରେ ଠିପି ବନ୍ଦ ମଦ ଦୋକାନ ହୋଇଥିବାରୁ ଏହା କେସିଙ୍ଗା ପ୍ରତି ମାନ ସମ୍ମାନ ରେ ଆଞ୍ଚ ଆସୁଛି ଦେଖିବାକୁ ମିଳୁଛି ବିଭିନ୍ନ ଲୋକେ ଓ ମଦୁଆ ମାନେ କିଏ ରୁମାଲ ତ କିଏ ଗାମୁଛା ମୁଣ୍ଡରେ ଢାଙ୍କି ହୋଇ ମଦ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଏପରି ସ୍ଥଳେ ଯଦି କେସିଙ୍ଗା ୧ ନମ୍ବର ମଦ ଦୋକାନ ଖୋଲିବାକୁ ଥିଲା ତାହା ହେଲେ କେସିଙ୍ଗା ସହରର ମଧ୍ୟ ସ୍ଥଳ ଯେଉଁଠାରେ କି ପୋଲିସ ପ୍ରଶାସନ କେସିଙ୍ଗାଙ୍କୁ ଯୋଗିଛି ଓ ଆଇନ ଶୃଙ୍ଖଳା ବଜାଇ ରଖିଛି ସେହିପରି ଜାଗାରେ ମଦ ଦୋକାନ ହେବାର ଥିଲା କି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଜୋର ଚର୍ଚ୍ଚା ଧରିଛି ।ଯେତେବେଳେ ଟେଣ୍ଡର ହେଲା ସେତେବେଳେ ଟିକେ ଚିନ୍ତା କରିବା ଥିଲା ବୋଲି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ତଥା ବିଭିନ୍ନ ମହଲରେ ଦୁଃଖର ସହିତ କହୁଛନ୍ତି ।ଆଗାମୀ ଦିନରେ ଯଦି ଏହି ମଦ ଦୋକାନ ଉଛେଦ କାରା ନ ଯାଏ ତାହେଲେ କେସିଙ୍ଗା ସହର ରସାତଲଗାମୀ ହେବ ବୋଲି ମଧ୍ୟ ବିଭିନ୍ନ ମହଲରେ ଜୋର ଚର୍ଚ୍ଚା ହେଉଛି।