ଅନ୍ଧୁଣି ମହିଳାଙ୍କୁ ସହାୟତା ପ୍ରଦାନ କଲେ ମା ମଙ୍ଗଳା ସ୍ୱେଚ୍ଛାସେବୀ ସଂଗଠନ

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଗଁପୁର ପଞ୍ଚାୟତ କାଟିଣି ଗ୍ରାମର ସ୍ବର୍ଗତ ବାବାଜୀ ସାମଲ ଦୀର୍ଘ ୨୦ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି ।ତାଙ୍କର କୌଣସି ସନ୍ତାନ ନାହିଁ ସେବେଠାରୁ ତାଙ୍କ ପତ୍ନୀ ସୋଲି ସାମଲ(୭୨) ଅନ୍ୟ ମାନଙ୍କୁ ମାଗିଯାଚି ପେଟକୁ ଗଣ୍ଡିଏ ଖାଇଦିଅନ୍ତି ।ତାଙ୍କ ଗଁପୁର ପଞ୍ଚାୟତ କାଟିଣି ଗାଁ ରେ ତାଙ୍କର କୌଣସି ଭଲମନ୍ଦ ବୁଝିବା ପାଇଁ କେହି ନଥିବାରୁ ୫ବର୍ଷ ହେବ ଅନ୍ଧୁଣି ବିଧବା ମହିଳା ସୋଲି ସାମଲ ସ୍ତାନୀୟ ଯାଜପୁର ସୀମାନ୍ତ ଅନ୍ଧାରୀ ଗ୍ରାମରେ ଥିବା ତାଙ୍କ ଭଣଜା ଘର ପାଖରେ ଆଶ୍ରୟ ନେବାପାଇଁ ଯାଇଥିବାରୁ ସେ ମଧ୍ୟ ତାଙ୍କୁ ଆଶ୍ରୟ ଦେଇନଥିଲେ । ସୋଲିଙ୍କ ଆଖିକୁ କିଛି ଦୁଶୂନଥିବାରୁ ସେ ଅନ୍ଧୁଣି ହୋଇ କୁଆଡେ ନଯାଇପାରି ଅନ୍ଧାରୀ ଗ୍ରାମର ଏକ ଗ୍ରାମଦେବତୀ ମା ମଙ୍ଗଳାଙ୍କ ନନ୍ଦିରରେ ଆଶ୍ରୟ ନେଉଛନ୍ତି । ଦିନକୁ ଦିମୁଠା ଖାଇବାକୁ ପାଉନାହାନ୍ତି । ତାଙ୍କର କୌଣସି ଡକୁମେଣ୍ଟନଥିବାରୁ ବିଧବା ଭର୍ତ୍ତା କିମ୍ବା ବାଧକ୍ୟ ଭର୍ତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ସୋଲି ସାମଲ । ଖବର ପାଇ ଆନନ୍ଦପୁର ଅଞ୍ଚଳର ସ୍ୱେଚ୍ଛାସେବୀ ମା ମଙ୍ଗଳା ସେବା ସଂଗଠନ ପକ୍ଷରୁ ଅନ୍ଧୁଣି ବିଧବା ବୃଦ୍ଧା ମହିଳାଙ୍କୁ କିଛି ଆର୍ଥିକ ସହାୟତା ସହ ଶୁଖିଲା ଖାଦ୍ୟ ଓ ନୂତନ ବସ୍ତ୍ର ଏବଂ ଶୋଇବା ପାଇଁ ସୋପ ତକିଆ ତାଙ୍କୁ ଯୋଗାଇଦେବା ସହ ଘଷିପୁରା ବିଧାୟକଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସହ ଆଲୋଚନା କରି ବିଧବା ମହିଳାଙ୍କୁ ପ୍ରତିମାସ କିଛି ଟଙ୍କା ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ ଏଥିରେ ଦେବାଶିଷ ପାତ୍ର ରାଜିହୋଇ ପ୍ରତିମାସ ୫୦୦ତାଙ୍କ ଲେଖାଏଁ ନିଜ ପକେଟ୍ ରୁ ଦେବେବୋଲି ପ୍ରକାଶ କରିଛନ୍ତି ।ସମାଜସେବୀ ଶ୍ରୀ ପାତ୍ରଙ୍କର ଏଭଳି ମହାନତା ପାଇଁ ମା ମଙ୍ଗଳା ସେବା ସଂଗଠନର ପ୍ରତିଷ୍ଠାତା ହରିହର ଓଝା ଓ ସଭାପତି ଦେବାଶିଷ ମିଶ୍ର, ସମ୍ପାଦକ ଶେଷଦେବ ଓଝା ଏବଂ କୋଷାଧ୍ୟକ୍ଷ ମନୋଜ କୁମାର ବାରିକ,ସହ ସମ୍ପାଦକ ମୋହନ ବିନ୍ଧାଣୀ ଏବଂ ଯୁବ ସାମ୍ବାଦିକ ଉପେନ୍ଦ୍ର ସାହୁ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସଂଗଠନର ଯୁବ ସମାଜସେବୀ ମାନଙ୍କ ମଧ୍ୟରେ ପ୍ରଭାକର ଓଝା, ସୋମ୍ୟଦର୍ଶନ ସାହୁ,ବ୍ରଜବନ୍ଧୁ ଦାସ,ସତ୍ୟବ୍ରତ ପଣ୍ଡା, ଚିନ୍ମୟାନନ୍ଦ ନାୟକ,ବିଚିତ୍ର ସାହୁ,ମାନସ ସା,ଜଗବନ୍ଧୁ ଓଝା,ବିଜୟ ସାହୁ,ବାଦଲ ମିଶ୍ର,ପ୍ରଳୟ କୁମାର ଓଝା ଓ କ୍ଷୀରୋଦ ଦାସ ପ୍ରଭୃତି ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *