ବରିଷ୍ଠ ନାଗରିକ ବିଚାରମଞ୍ଚ ଗୋଶାଣୀନୂଆଗାଁ ବ୍ରହ୍ମପୁରର ମାସିକ ଅଧିବେଶନ ଅନୁଷ୍ଠିତ

ମଇ ମାସର ଶେଷ ରବିବାର ଦିନ ସଭାପତି ଇଂ ପ୍ରଫୁଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନାଗରିକ ବିଚାରମଞ୍ଚର ମାସିକ ଅଧିବେଶନ ହୋଇଥିଲା। ସୁଶ୍ରୀ ମିନତୀ ରଥ(ଗଞ୍ଜାମ ବାର ଆସୋସିଏସନ, ବ୍ରହ୍ମପୁର) ଏଥିରେ ମୁଖ୍ୟବକ୍ତା ରୂପେ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଶ୍ରୀ ଶ୍ରୀବତ୍ସ ପ୍ରଧାନ ଉତ୍କଳ ସଙ୍ଗୀତ ଗାନ କରିଥିଲେ ଓ ଶ୍ରୀ ଗଣପତି ବେହେରା ଓ ସଭ୍ୟ ହରିହର ଚୌଧୁରୀ ମୁଖ୍ୟ ଅତିଥିଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ମଞ୍ଚର ସମ୍ପାଦକ ଓ ଆଇନଜୀବୀ ଶ୍ରୀ ପ୍ରତାପ ଚନ୍ଦ୍ର ଦାଶ ତାଙ୍କର ଗତ ମାସର ମାସିକ ବିବରଣୀ ପାଠ କରିଥିଲେ। ଯୁବ ସାମାଜିକ କର୍ମୀ ଏବଂ ସଭାର ଅତିଥି ଉମାଶଙ୍କର ସାହୁ ବରିଷ୍ଠ ନାଗରିକଙ୍କ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିବା ପରେ ମୁଖ୍ୟ ଅତିଥି ବରିଷ୍ଠ ନାଗରିକଙ୍କୁ ସରକାର ପ୍ରଦାନ କରିଥିବା ଆଇନଗତ ସହାୟତା ସମ୍ବନ୍ଧରେ ସଠିକ ସୂଚନା ଦେଇଥିଲେ। ଉପସଭାପତି ଲିଙ୍ଗରାଜ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ଏହି ମାସରେ ଜନ୍ମଦିନ ରହିଥିବା ସଭ୍ୟ ମାନଙ୍କୁ ମଞ୍ଚ ନିକଟକୁ ଡ଼କାଯାଇ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରି ସେମାନଙ୍କ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ସେମାନଙ୍କ ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ଶ୍ରୀ ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶ୍ରୀ ରାମେଶ୍ୱର ଶତପଥି ଜାତୀୟ ସଙ୍ଗୀତ ଗାନ କରି ସଭା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଙ୍ଘର ଅଧିକାଂଶ ସଭ୍ୟ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ। କୋଷାଧ୍ୟକ୍ଷ ଗଙ୍ଗାଧର ପାଢ଼ୀ, ସହ ସମ୍ପାଦକ କିଶୋର ଚନ୍ଦ୍ର ଚୌଧୁରୀ, ଶ୍ରୀ ନୀଳାଞ୍ଚଳମିଶ୍ର, ଶ୍ରୀ ଶିବରାମ ଚୌଧୁରୀ, ଶ୍ରୀ ଉଦୟ ନାଥ ଚୌଧୁରୀ, ଶ୍ରୀ ଜଗଦୀଶ ସାବତ, ଶ୍ରୀ ସୋମନାଥ ନନ୍ଦ, ଶ୍ରୀ ପଞ୍ଚାନନ ପାଢ଼ୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସଭ୍ୟ, କର୍ମକର୍ତ୍ତା ଓ ପଦାଧିକାରୀ ସଦସ୍ୟ ମାନେ ସଭା ପରିଚାଳନାରେ ସାହାଯ୍ୟ କରିଥିଲେ। ରିପୋର୍ଟ :-ରଂଜିତ କୁମାର ପୋଲାଇ ।

Leave a Reply

Your email address will not be published. Required fields are marked *