ଅମଲା ସଂଘର ଆନ୍ଦୋଳନ ୫ଦିନରେ କାର୍ଯ୍ୟାଳୟ ଫାଙ୍କା

କାମାକ୍ଷାନଗର-ରାଜ୍ୟ ଅମଲା ସଂଘର ଆନ୍ଦୋଳନ ଡ଼ାକରାରେ ସାମିଲ ହୋଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡର ଅମଲା ମାନେ ।ସେମାନଙ୍କର ମୁଖ୍ୟ ଦାବି ହେଲା ୨୦୧୭ ମସିହା ଠାରୁ ସ୍ନାତକ ଭିତ୍ତିରେ ସେମାନଙ୍କର ଗ୍ରେଡପେ ୪୨୦୦ ହେବା କଥା କିନ୍ତୁ ଆଜିସୁଧା ୧୯୦୦ ଟଙ୍କା ଦିଆଯାଇଉଛି ।ଯାହାକୁ ନେଇ ପୂର୍ବରୁ ବାରମ୍ବାର ସରକାରଙ୍କ ନିକଟରେ ଦାବି ଅପତି ଓ ଆନ୍ଦୋଳନ କରିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ ।ଯାହାକୁ ନେଇ ସାରା ରାଜ୍ୟର ଅମଲା ମାନେ କରୁଛନ୍ତି କଲମ ଛାଡ଼ ଆନ୍ଦୋଳନ ଆନ୍ଦୋଳନ ଆଜିକୁ ୫ଦିନ ହେଲାଣି ।ଏବେ ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କର୍ମଚାରୀ ଫାଙ୍କା ଥିବାବେଳେ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।ସରକାର ଦାବି ପୂରଣ ନକଲା ଯାଏ ଏଭଳିଆ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନ କରୁଥିବା ଅମଲା ମାନେ ।୫ଦିନ ହେଲାଣି ଲୋକମାନେ ହଇରାଣ ହେଉଛନ୍ତି ଏହା ଉପରେ ଢେଙ୍କାନାଳ ଜିଲାପାଳ ସରୋଜ ସେଠୀ କହିଲେ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ କାମ ଚାଲିଛି ଆଗକୁ ଏହାର ସମାଧାନ ହୋଇଯିବ ।