ବହୁ ପ୍ରତିକ୍ଷିତ ଡାକୋଟା ବିମାନ ପହଁଚିଲା ଓଡ଼ିଶାରେ

ଜଳେଶ୍ଵର,୧୮/୧- ବହୁ ପ୍ରତିକ୍ଷିତ ଡାକୋଟା ବିମାନ ପହଁଚିଲା ଓଡ଼ିଶାରେ । କଲିକତା ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅସୁରକ୍ଷିତ ଭାବରେ ରହିଥିଲା ବେଳେ ଆଜି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରକୁ ଅଣା ଯାଉଛି । ବିମାନରର ବିଭିନ୍ନ ଅଂଶକୁ ଖୋଲା ଯାଇ -ଟି ଟ୍ରଲର ଲୋଡିଂ କରାଯାଇ ଓଡିଶା ଅଣାଯାଇଛି । ଏରୋସ୍ପେସ ରିସର୍ଚ ଡେଭଲପମେଣ୍ଟ ସେଣ୍ଟର ମହାପ୍ରବନ୍ଧକ ଦେବାଶିଷ ମହାନ୍ତିଙ୍କ ତତ୍ୱାବଧାନରେ ବିମାନର ଅଂଶ ବିଶେଷକୁ ପୃଥକ କରିବା ନିମିତ୍ତ ପାଞ୍ଚଜଣ ଯନ୍ତ୍ରୀ କରୁଣାକର ପଣ୍ଡା .ଚନ୍ଦନ ପଣ୍ଡିତ .ନଗେନ୍ଦ୍ର କୁମାର.ଅଭିଜିତ ଗିରି .ଓ ହୃଷିକେଶ ଜେନା ପ୍ରମୁଖ ନିୟୋଜିତ ରହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଜୀବନ ଓ ସ୍ମୃତି ସହିତ ଜଡିତ ଏହି ଡାକୋଟା ବିମାନ ।ଏହି ଡାକୋଟା ବିମାନରେ ୧୯୪୭ମସିହାରେ ଇଣ୍ଡୋ ନେସିଆର ପ୍ରଧାନ ମନ୍ତ୍ରୀ ସୁତାନ ସଜହରୀଙ୍କୁ ଉଦ୍ଧାର କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତାହା ଆଜି ଓଡ଼ିଶାରେ ପହଂଚିଛି । ପଶ୍ଚିମ ବଙ୍ଗର ସ୍ୱତନ୍ତ୍ର ପୋଲିସ ସହାୟତାରେ ଓଡିଶାପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନ୍ନାଥ ଠାରେ ପହଂଚି ଥିଲା । ସେଠାରୁ ଓଡିଶା ପୋଲିସର ଏକ ପ୍ଲାଟୁନ ଫୋର୍ସ .ଜାତୀୟ ରାଜପଥ ପୋଲିସ ଭେନ ସୁରକ୍ଷା ଦେଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ- ବିଷ୍ଣୁପଦ ପତି, ଜଳେଶ୍ଵର।

Leave a Reply

Your email address will not be published. Required fields are marked *