ଅଚିହ୍ନା ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ

-ଯୁବକଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଠାବ। କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ରେଳଧାରଣା ନିକଟରୁ ଠାବ। ମୃତ ଯୁବକ ଜଣକ ରେଳଧାରଣା ଠାରୁ ପ୍ରାୟ ୩୦ ମିଟର ଦୁରତାରେ ପଡିଥିବାବେଳେ, ଯୁବକ ଜଣକ ସମ୍ପୂର୍ଣ ଉଲଗ୍ନ ଅବସ୍ଥାରେ ପରିରହିଛି। ଏବଂ ତା ମୁହ ଓ ଗୋଡରେ ଗଭିର ଆଘାତ ଲାଗିଥିବା ଜଣାପଡିଛି। ପ୍ରାୟ ଦୁଇ ତିନିଦିନ ହେବ ମରି ପଡିଥିବା ଅନୁମାନ ହେଉଛି। ମୃତ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଖବରପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି।