ଆଦିବାସୀ ମହିଳା ଅଧ୍ୟକ୍ଷାଙ୍କୁ ନ୍ୟାୟ ଦେବା ଦାବିରେ ରାଷ୍ଟ୍ରୀୟ ଦଳିତ ମହାସଭାର ଗଣଧାରଣା।

ଭୁବନେଶ୍ୱର:୨୧/୭ ଦଳିତ ଓ ଆଦିବାସୀ ମାନଙ୍କ ଉପରେ ନିର୍ଯ୍ୟାତନା ବଢିଚାଲିଛି। ଏପରିକି ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି। ଉଦାହରଣ ସ୍ଵରୂପ ଭାପୁର ବ୍ଲକ ପଂଚାୟତ ସମିତି ଅଧକ୍ଷା ଶାନ୍ତିଲତା ବେହେରାଙ୍କୁ ମାଡ଼ ମାରିବା ଓ କାର୍ଯ୍ୟ ନକରେଇଦେବା ଅଭିଯୋଗ ଫତେଗଡ ଥାନାରେ କରାଯାଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିଛି। ଆଦିବାସୀ ମହିଳା ପଞ୍ଚାୟତ ଅଧକ୍ଷା ହୋଇଥିବାରୁ ତାଙ୍କୁ ଉପରେ ନିର୍ଯ୍ୟାତନା କରାଯାଇଛି। ବର୍ତମାନ ସୁଦ୍ଧା ତାଙ୍କୁ ତାଙ୍କ ଅଫିସରେ ବସିବାକୁ ସୁଯୋଗ ଦିଆଯାଉନାହିଁ। ଜିଲ୍ଲାପାଳ ଓ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ। ଏପରିକି ଅଧକ୍ଷାଙ୍କ ଆଧାର କାର୍ଡ ଓ ଜାତି ପ୍ରମାଣପତ୍ର ମଧ୍ୟ ନେଇଯାଇଛନ୍ତି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳା ଓ ଆଦିବାସୀ ମାନଙ୍କ ବିକାଶ କଥା କହୁଥିବା ବେଳେ ଏଠି ଜଣେ ଆଦିବାସୀ ମହିଳାଙ୍କ ଉପରେ ମାନସିକ, ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ ହୋଇ ବସିଛନ୍ତି।
ଆଜି ଲୋୟଲ ପିଏମ୍ ଜି ଠାରେ ଆୟୋଜିତ ଗଣଧାରଣା ରେ ଯୋଗଦେଇ ଦଳିତ ଆଦିବାସୀ ନେତା ମାନେ କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଅଧକ୍ଷା ଙ୍କ ନାମରେ ଅଣାଯାଉଥିବା ଅନସ୍ତା ପ୍ରସ୍ତାବକୁ ରଦ୍ଦ କରିବା ନିର୍ଦେଶ ଦେବା ସହିତ ନିର୍ଯ୍ୟାତନା ଦେଉଥିବା ଆସାମୀ ଗୟାଧର ପରିଦେବଙ୍ଗ ତାଙ୍କ ସହଯୋଗୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ନଚେତ ରାଷ୍ଟ୍ରୀୟ ଦଳିତ ମହାସଭା ଏହି ଆନ୍ଦୋଳନକୁ ବ୍ୟାପକ କରିବ ବୋଲି , ରାଜ୍ୟ ସଭାପତି ଅଶୋକ କୁମାର ମଲ୍ଲିକ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ଦେବରାଜ ନାୟକ, ସଂଜୟ ଘଡେଇ, ରିନାରାଣୀ ନାୟକ, ଫତିମା ବେଗମ, ରବି ସେଠୀ ଓ ବହୁ ଦଳିତ ଆଦିବାସୀ ନେତା ଯୋଗଦେଇ ସେମାନଙ୍କ ମତାମତ ରଖିଥିଲେ।